ଭାରତ-ଆମେରିକା ମିଳିତ ସମରାଭ୍ୟାସ ୧୪ରୁ ଆରମ୍ଭ !

46

କନକ ବ୍ୟୁରୋ : ଭାରତୀୟ ଯବାନ ଆସନ୍ତା ୧୪ତାରିଖରୁ ଆମେରିକୀୟ ସୈନ୍ୟ ସହ ମିଳିତ ସମରାଭ୍ୟାସ କରିବେ । ୱାଶିଂଟନ ଠାରେ ଥିବା ଲୁଇସି ମେକାର୍ଡ ଶିବିରର ମିଳିତ ସୈନ୍ୟ ପ୍ରଶିକ୍ଷଣ–ସମରାଭ୍ୟାସ ୨୦୧୭ ଅନୁଷ୍ଠିତ ହେବ । ଏହି ସମରାଭ୍ୟାସ ସେପ୍ଟମ୍ବର ୧୪ରୁ ୨୭ ତାରିଖ ଯାଏଁ ଚାଲିବ । ଏହା ପରସ୍ପରର ଯୋଜନା ପ୍ରସ୍ତୁତ ପ୍ରଣାଳୀ ଓ କାର୍ଯ୍ୟାନୁଷ୍ଠାନ ଶୈଳୀ ଶିଖିବାର ପ୍ରକୃଷ୍ଟ ମଂଚ ବୋଲି କୁହାଯାଉଛି । ସୂଚନା ଅନୁସାରେ ଏହି ମିଳିତ ଯୁଦ୍ଧାଭ୍ୟାସ ଆମେରିକା ଭାରତ ମଧ୍ୟରେ ଚାଲିଥିବା ମିଳିତ ସୈନ୍ୟ ପ୍ରଶିକ୍ଷଣ ଓ ପ୍ରତିରକ୍ଷା ସହଯୋଗର ସବୁଠୁ ବଡ ଅଭ୍ୟାସ । ଭାରତ-ଆମେରିକା ମଧ୍ୟରେ ବିଭିନ୍ନ ସମୟରେ କରାଯାଇଥିବା ମିଳିତ ସମରାଭ୍ୟାସର ଏହା ୧୩ତମ ସଂସ୍କରଣ ।