ପାକିସ୍ତାନ ଯିବେ ନବଜ୍ୟୋତ ସିଂ ସିଦ୍ଧୁ: କର୍ତ୍ତାରପୁର ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ଲେଖିଥିଲେ ଚିଠି; ଅନୁମତି ଦେଲେ କେନ୍ଦ୍ର ସରକାର

232

କନକ ବ୍ୟୁରୋ: ପାକିସ୍ତାନ ଯିବାକୁ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ନେତା ସିଦ୍ଧୁ । ପାକିସ୍ତାନର କର୍ତାରପୁର ଉଦଘାଟନ ଉତ୍ସବକୁ ଯିବାକୁ ଅନୁମତି ମାଗି ସେ ଚିଠି ଲେଖିଥିଲେ । ସେ ଚିଠିରେ ଲେଖିଥିଲେ ଯେ, ବାରମ୍ବାର ଚିଠି ସତ୍ୱେ ତାଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ କୌଣସି ଉତର ଦିଆଯାଉ ନାହିଁ । କେନ୍ଦ୍ର ସରକାର ତାଙ୍କୁ ଉତର ଦିଅନ୍ତୁ ବୋଲି ସେ ଚିଠିରେ ଦାବି କରିଥିଲେ । ଏହାସହ ସିଦ୍ଧୁ ଲେଖିଥିଲେ ଯେ, ତାଙ୍କୁ ଯଦି କୌଣସି ଉତର ନମିଳେ ତାହେଲେ ଜଣେ ସାଧାରଣ ଶ୍ରଦ୍ଧାଳୁ ଭଳି ସେ କର୍ତାରପୁର ଯିବେ ।

ସେପଟେ ପାକିସ୍ତାନ ପକ୍ଷରୁ ସିଦ୍ଧୁଙ୍କ ପାଇଁ ଭିସା ଜାରି କରାଯାଇଛି । କର୍ତ୍ତାରପୁର କରିଡର ଉଦଘାଟନ ଉତ୍ସବରେ ଯୋଗଦେବାକୁ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତେବେ ପାକିସ୍ତାନ ଯିବାକୁ ଥିବା ଭାରତୀୟ ପ୍ରତିନିଧି ଦଳରେ ସିଦ୍ଧୁଙ୍କୁ ସାମିଲ କରାଯାଇ ନଥିଲା । ଏପରିକି ଏହି ପ୍ରତିନିଧି ଦଳରେ କଂଗ୍ରେସର କିଛି ନେତା ଯାଉଥିବା ବେଳେ ଏଥିରେ ସିଦ୍ଧୁଙ୍କ ନାମ ନାହିଁ । ଗତବର୍ଷ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତ ନେଇ ବିବାଦ ଦେଖାଦେଇଥିଲା ।

ବିଶେଷ କରି ପାକିସ୍ତାନ ସେନାମୁଖ୍ୟ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ସହ ଆଲିଙ୍ଗନକୁ ଭାରତୀୟ ନେତାମାନେ ସମାଲୋଚନା କରିଥିଲେ । ଏପରିକି ବରିଷ୍ଠ କଂଗ୍ରେସ ନେତା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ ସମାଲୋଚନା କରିଥିଲେ ।