ଦେଶରେ ବଢ଼ୁଛି ପ୍ରଦୂଷଣର ମାତ୍ରା ! ବାୟୁ ପ୍ରଦୂଷଣରେ ୨୦୧୬ ମସିହାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ୧୫ ହଜାର ଲୋକ

2

କନକ ବ୍ୟୁରୋ : ସାରା ଦେଶରେ ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଏହି ପ୍ରଦୂଷଣର ମାତ୍ରା ଭାରତରେ ମଧ୍ୟ ବହୁ ଅଧିକ ରହିଥିବା ଜଣାପଡିଛି । ରାଜଧାନୀ ଦିଲ୍ଲୀରେ ପ୍ରବଳ ମାତ୍ରାରେ ବାୟୁ ପ୍ରହୂଷଣ ହୋଇଥିବା ଜଣାପଡିଛି । କେବଳ ୨୦୧୬ ମସିହାରେ ୧୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଅଧିକ ମାତ୍ରାରେ ପ୍ରଦୂଷଣ କାରଣରୁ ସମୟ ପୂର୍ବରୁ ସମସ୍ତ ୧୫ ହଜାର ଲୋକଙ୍କ ପ୍ରାଣ ଯାଇଥିବା ଜଣାପଡିଛି । ଏକ ସର୍ଭେରୁ ଏପରି ସୂଚନା ମିଳିଛି । କେତେକ ଦେଶ ଯଥା- ଭାରତ, ଥାଇଲ୍ୟାଣ୍ଡ, ସିଂଙ୍ଗାପୁର ଆଦି କେତେକ ଦେଶକୁ ନେଇ ପ୍ରଦୂଷଣର ମାତ୍ରା ଆକଳନ କରାଯାଇଥିଲା । ତେବେ ସର୍ଭେ ସରିବା ପରେ ଏହି ତଥ୍ୟକୁ ସାମନାକୁ ଆସିଛି । ଏଠାରେ ରହୁଥିବା ବ୍ୟକ୍ତିମାନଙ୍କୁ କ୍ୟାନସର ସହ ଅନେକ ପ୍ରକାରର ପ୍ରାଣଘାତୀ ବେମାରୀ ହେବାର ସମ୍ଭାବନା ଥିବା ରିପୋର୍ଟରେ କୁହାଯାଇଛି ।

ଭାରତରେ ଦିନକୁ ଦିନ ଲୋକଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ସମୟରେ ଗଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେଣୁ ପ୍ରଦୂଷଣ ମାତ୍ରା ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀର ପ୍ରଦୂଷଣ ମାତ୍ରା ବହୁମାତ୍ରାରେ ବଢିଚାଲିଛି । ତେବେ ବିଶ୍ୱରେ ଚୀନର ପ୍ରଦୂଷଣ ମାତ୍ରାରେ ୧୮୨୦୦, ସାଘାଂଇରେ ୧୭୬୦୦ ଓ ଦିଲ୍ଲୀରେ ୧୫୦୦୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଚୀନର ବିଶାକ୍ତ ବାୟୁଠାରୁ ଭାରତର ପରିମାଣ କମ ରହିଥିବା ଜଣାପଡିଛି । ଏହି ପ୍ରଦୂଷଣରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଆନ୍ତି ବୟସ୍କ ଲୋକମାନେ । କିନ୍ତୁ ୨୦୧୧ ଜନସଂଖ୍ୟା ଅନୁସାରେ ଚୀନର ବେଜିଂ ସହରରେ ଜନସଂଖ୍ୟା ୨.୨ କୋଟି ଥିବା ବେଳେ ଭାରତର ରାଜଧାନୀ ଦିଲ୍ଲୀଠାରେ ୧.୮ କୋଟି ଲୋକ ଥିଲେ ।

ତେବେ ଆମେ ଯଦି ଆମେ ଭାରତ କଥା କହିବା ତେବେ ମାୟାନଗରୀ ମୁମ୍ବାଇ ୭ ନଂ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ଓ ବାଙ୍ଗାଲୋରରେ ମଧ୍ୟ ପ୍ରଦୂଷଣ ମାତ୍ରା ବହୁ ଅଧିକ ରହିଛି । ୨୦୧୬ ମସିହାରେ ବେଙ୍ଗାଲୁରୁ ଓ ଚେନ୍ନାଇରେ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭାରତରେ ପ୍ରଦୂଷଣ ବର୍ତ୍ତମାନ ସରକାରଙ୍କ ଚିନ୍ତା ବଢାଉଛି । ଏହାସହ ୨୦୧୫ ମସିହାରେ ସାରା ଦେଶରେ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ଥିଲା । ଯଦି ସରକାର ଏହି ବିଷୟରେ କୌଣସି ପଦକ୍ଷେପ ନେଉନାହାନ୍ତି ତେବେ ୨୦୩୬ ମସିହା ବେଳକୁ ଏହି ସଂଖ୍ୟା ୩୬ ଲକ୍ଷ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।

ଏହି ଖବର ଜଣାପଡିଲା ପରେ ଭାରତର ରାଜ୍ୟ ସରକାର ମାନେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ଆଗାମୀ ଦିନରେ ଏହି ସମସ୍ୟା ଭୟଙ୍କର ରୂପ ନେଇପାରେ । ତେଣୁ ବର୍ତ୍ତମାନ ସମୟଠାରୁ ସଚେତନତା ହେବାର ଆବଶ୍ୟକତା ରହିଛି ବୋଲି ପରିବେଶ ବିତ୍ ମାନେ କହିଛନ୍ତି । ସମସ୍ତ ଜନସାଧାରଣ ମାନେ ନିଜେ ସତେତନତା ହୋଇ ଗଛ ଲଗାଇବା ସହ ତାହାର ଯତ୍ନ ନେବାର ଆବଶ୍ୟକତା ରହିଛି । କେବଳ ବୃକ୍ଷ ହିଁ ଏପରି ଭୟଙ୍କର ବିପଦରୁ ଜୀବଜଗତ କୁ ରକ୍ଷା କରିପାରିବ ।

 

Comments are closed.