ଚୀନ ପରେ ଭାରତକୁ ମିଳିପାରେ ଏସ-୪୦୦ ଆଂଟି ଡିଫେନ୍ସ ମିସାଇଲ : ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ୪୦୦ କିଲୋମିଟର ଦୂରରୁ ଅକାମି କରିବାର ରହିଛି କ୍ଷମତା

31

କନକ ବ୍ୟୁରୋ : ଚୀନ ପରେ ଭାରତୀୟ ସେନାକୁ ମିଳିବ ଏସ-୪୦୦ ମିଶାଇଲ । ଯାହା ଶତ୍ରୁ ଦେଶ କରିବ କଡା ମୁକାବିଲା । ଶତ୍ରୁ ଦେଶର ମିଶାଇଲକୁ ମାତ୍ ଦେବ ଏହି ଏସ ୪୦୦ ମିଶାଇଲ । ସୂଚନା ଅନୁଯାୟୀ ଆସନ୍ତା ୪ ଅକ୍ଟୋବରରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨ ଦିବସୀୟ ଭାରତ ଗସ୍ତରେ ଆସୁଛନ୍ତି । ନୂଆଦିଲ୍ଲୀଠାରେ ହେବାକୁ ଥିବା ବାର୍ଷିକ ଭାରତ-ଋଷ ଶିଖର ସମ୍ମିଳନୀରେ ଯୋଗ ଦେବେ ପୁଟିନ । ତେବେ ଏହି ଅବସରରେ ଭାରତ ଋଷ ସହ ଏସ-୪୦୦ ମିଶାଇଲ ଉପରେ ଶେଷ ମୋହର ଲଗାଇପାରେ ।

ଦୁଇ ଦେଶ ମଧ୍ୟରେ ୪୦ ହଜାର କୋଟି ଟଙ୍କାର ଚୁକ୍ତିକୁ ନେଇ ପାଖାପାଖି ଆଲୋଚନା ଶେଷ ପର୍ଯ୍ୟାୟରେ ପହଂଚିଛି । ସୁପରସୋନିକ୍ ଓ ହାଇପରସୋନିକ୍ ବେଗଯୁକ୍ତ ଏହି ସିଷ୍ଟମ୍ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ସବୁଠୁ ଆଧୁନିକ ମିସାଇଲ ବ୍ୟବସ୍ଥା ବୋଲି କୁହାଯାଏ । ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନର ମୁକାବିଲା ଓ ଆତଙ୍କବାଦ ବିରୋଧୀ ଅଭିଯାନ ପରି ବିଭିନ୍ନ କାରଣରୁ ଏହା ଭାରତ ପାଇଁ ଉପଯୋଗୀ ହେବ । ରୁଷ୍ ନିର୍ମିତ ଏସ୍-୪୦୦ ଆଂଟି ମିସାଇଲ୍ ସିଷ୍ଟମର ଅନେକ ବୈଶିଷ୍ଟ୍ୟ ରହିଛି । ଯୁଦ୍ଧ ବେଳେ ଏହାକୁ ଯେକୌଣସି ଜନବହୁଳ ସହରରେ ମୁତୟନ କରାଯାଇ ଶତ୍ରୁ ପକ୍ଷର ମିସାଇଲକୁ ଅକାମୀ କରିହେବ । ପାକିସ୍ତାନ ଗର୍ବ କରୁଥିବା ପରମାଣୁଯୁକ୍ତ ହାଫ୍ ୯ କ୍ଷେପଣାସ୍ତ୍ରକୁ ଜବାବ୍ ଦେବାରେ ଏସ୍-୪୦୦ ସିଷ୍ଟମ୍ ସକ୍ଷମ । ଶତ୍ରୁପକ୍ଷର ମିସାଇଲ, ଲଢ଼ୁଆ ବିମାନ୍ ଓ ଡ୍ରୋନକୁ ଏହା ଠାବ କରିବା ସହ ଧ୍ୱଂସ ମଧ୍ୟ କରିପାରିବ । ୧୦୦ରୁ ୩୦୦ଟି ରାଡାରକୁ ଚିହ୍ନଟ କରିବାରେ ଏହା ସକ୍ଷମ । ୪୦୦ କିଲୋମିଟର୍ ଦୂରତାଯାଏଁ ରୁଷର ଏହି ଏସ୍-୪୦୦ ସିଷ୍ଟମ୍ ଯେକୌଣସି କ୍ଷେପଣାସ୍ତ୍ରକୁ ଅକାମୀ କରିପାରିବ ।