ଇରାକ୍ ଓ ଆଫଗାନିସ୍ତାନ ପରେ ଭାରତ ତୃତୀୟ ଆତଙ୍କ ପ୍ରଭାବିିତ ଦେଶ ! ପାକିସ୍ତାନ ବି ପଡ଼ିଲା ପଛରେ

41

ଭାରତରେ ଲଗାତାର ଭାବେ ଆଙ୍କତବାଦୀ ଆକ୍ରମଣ ବୃଦ୍ଧି ପାଉଛି । ୨୧୦୬ରେ ଭାରତ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାକୁ ମଧ୍ୟରେ ପଛରେ ପକାଇଦେଇଛି । ଆମରିକା ରାଜ୍ୟ ବିଭାଗର ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଭାରତରେ ଆତଙ୍କବାଦୀ ଆକ୍ରମଣରେ ମୃତ ଓ ଆହତଙ୍କ ସଂଖା ପାକିସ୍ତାନ ଠାରୁ ଅଧିକ । ଆତଙ୍କବାଦ ସହ ଯୋଡ଼ି ହୋଇଥିବା ରିପୋର୍ଟର ବିଶ୍ଳେଷଣ କରୁଥିବା ସଂସ୍ଥା ଏନସିଏସଟିଆରଟି ଅନୁସାରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ଇରାକ ଓ ଆଫଗାନିସ୍ତାନ ପରେ ତୃତୀୟ ସ୍ଥାନରେ ଅଛି ଭାରତ । ଏହା ପୂର୍ବରୁ ତୃତୀୟ ସ୍ଥାନରେ ଥିଲା ପାକିସ୍ଥାନ ।

୨୦୧୬ରେ ଦୁନିଆ ସାରା ମୋଟ୍ ୧୧,ହ୭୨ ଆତଙ୍କି ଆକ୍ରମଣ ହୋଇଛି । ଏଥିିରେ ଭାରତରେ ୯୨୬ ତଥା ୧୬ ପ୍ରତିଶତ ଆକ୍ରମଣ ହୋଇଛି । ୨୦୧୫ରେ ଭାରତରେ ଏହାର ସଂଖ୍ୟା ଥିଲା ୭୯୮ । ଏହା ସହ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ୨୧୦୫ରେ ଆତଙ୍କବାଦୀ ଆକ୍ରମଣରେ ଯେଉଁଠି ୨୮୯ ଲୋକଙ୍କ ମୃତ୍ୟୁ ହୋଇଥିଲା, ୨୧୦୬ରେ ତାହା ୩୩୭ରେ ପହଞ୍ଚିଛି ।

୨୧୦୫ରେ ଆହତଙ୍କ ସଂଖ୍ୟା ଥିଲା ୫୦୦ ଯାହା ୨୧୦୬ରେ ୬୩୬ ରେ ପହଞ୍ଚିଛି । ଅନ୍ୟପଟେ ପାକିସ୍ତାନରେ ଆତଙ୍କି ଆକ୍ରମଣ ସଂଖ୍ୟା ୨୧୦୫ ଅନୁସାରେ ୨୭ ପ୍ରତିଶତ କମ ହୋଇଛି । ୨୦୧୫ରେ ପାକିସ୍ତାନରେ ୧୦୧୦ ଆତଙ୍କି ଆକ୍ରଅମଣ ହୋଇଥିଲା ଏବଂ ୨୦୧୬ରେ ଏହା ହ୍ରାସ ପାଇ ୭୩୬ ହୋଇଛି । ୨୧୦୬ରେ ଭାରତ ଠାରୁ ଅଧିକ କେବଳ ଇରାକ(୨୯୬୫), ଆଫଗାନିସ୍ତାନ(୧୩୪୦)ରେ ଆତଙ୍କିି ଆକ୍ରମଣ ହୋଇଛି ।

ଏହାବ୍ୟତୀତ ରିପୋର୍ଟରେ ନକ୍ସଲବାଦକୁ ଆଇଏସଆଇଏସ ଓ ତାଲିବାନଙ୍କ ପରେ ତୃତୀୟ ସବୁଠାରୁ ଘାତକ ସଂଗଠନ କୁହାଯାଇଛି । କେବଳ ଏତିକି ନୁହଁ ନକ୍ସଲବାଦୀଙ୍କୁ ବୋକୋ ହାରାମ ଠାରୁ ଅଧିକ ଘାତକ କୁହାଯାଇଛି । ନିକଟରେ ଆତଙ୍କବାଦ ଉପରେ ଆମେରିକା ଗୃହ ମନ୍ତ୍ରାଳୟର ଏକ ରିପୋର୍ଟରେ ପାକିସ୍ତାନକୁ ଉକ୍ତ ଦେଶରେ ସାମିଲ କରାଯାଇଛି ଯେଉଁଠି ଆତଙ୍କବାଦୀଙ୍କୁ ରହିବା ପାଇଁ ସୁରକ୍ଷିତ ସ୍ଥାନ ଦିଆଯାଏ ।

କଣ୍ଟ୍ରି ରିପୋର୍ଟ ଅନ ଟେରୋରିଜମରେ ନାମରେ ଜାରି ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ପାକିସ୍ତାନ ଆତଙ୍କବାଦୀ ସଂଗଠନ ବିରୋଧରେ କିଛି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପାକିସ୍ତାନ ଲଶ୍ଚର-ଏ-ତୋଏବା ଓଜୈଶ-ଏ-ମୋହମ୍ମଦ ପରି ଆତଙ୍କବାଦୀ ସଂଗଠନ ବିରୋଧରେ କୌଣସି ପଦକ୍ଷେପ ନେଉନାହିଁ । ରିପୋର୍ଟରେ ଲେଖାହୋଇଛି ଏହି ଆତଙ୍କବାଦୀ ସଂଗଠନ ଗୁଡ଼ିକ ପାକିସ୍ତାନରୁ ଚାଲୁଛି । ପାକିସ୍ତାରେ ଏମାନଙ୍କୁ ପ୍ରଶିକ୍ଷଣ ସହ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପୁଞ୍ଜି ମଧ୍ୟ ମିଳୁଛି ।
ସୌଜନ୍ୟ-ଆଜତକ.କମ