ଦେଶ ପାଇଁ ସହିଦ ହେଲା ପୁଅ : କୋହକୁ ଚାପି ଧରି ଭାରତୀୟ ସେନା ପାଇଁ ପାଣ୍ଠି ଯୋଗାଡ଼ କରିବାରେ ଜୀବନ ବିତାଉଛନ୍ତି ବୀରପୁତ୍ରର ସାହସୀ ମା’

44

ଦେଶ ପାଇଁ ଜୀବନ ଦେବା କେତେ ଜଣଙ୍କର ଭାଗ୍ୟରେ ଜୁଟେ । ଦେଶ ପାଇଁ ପ୍ରାଣବଳୀ ଦେବା ସମସ୍ତଙ୍କ ଭାଗ୍ୟରେ ଜୁଟେନି । ଯିଏ ଦେଶ ପାଇଁ ଜାତି ପାଇଁ ତଥା ଦେଶର ସୁରକ୍ଷା ପାଇଁ ଜୀବନ ଦେଉଛି ତାକୁ ସଲାମ୍ । ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ଭାରତୀୟ ଯବାନମାନେ ପ୍ରାଣବଳୀ ଦେଉଛନ୍ତି । ଆଉ ତାଙ୍କ ପାଇଁ ହିଁ ଆମେ ଶାନ୍ତିରେ ଶୋଇପାରୁଛୁ । ବହୁ ସମୟରେ ଭାରତୀୟ ଯବାନମାନେ ଏମିତି କାମ କରି ଦେଖାଇଛନ୍ତି ଯେଉଁଥିପାଇଁ ମା ମାଟି ତାଙ୍କ ପାଇଁ ଗର୍ବ କରେ । ତେବେ କେବଳ ବୀର ଯବାନମାନେ ନୁହେଁ ତାଙ୍କ ମା’ ମାନେ ମଧ୍ୟ ଏକ୍ଷେତ୍ରରେ କମ ନୁହେଁନ୍ତି । ଯେଉଁ ମା’ ମାନେ ଦେଶର ସୁରକ୍ଷା ପାଇଁ ହସି ହସି ପୁଅଙ୍କୁ ଯୁଦ୍ଧ ପାଇଁ ପଠାନ୍ତି ତାଙ୍କୁ କୋଟି କୋଟି ପ୍ରଣାମ । ଏପରି ଜଣେ ବୀରପୁତ୍ରର ସାହସୀ ମା’ ହେଲେ ଭୋପାଲ ଶାହାପୁରାର ନିର୍ମଳା ଶର୍ମା ।

ଆଜି ଠାରୁ ୨୪ ବର୍ଷ ପୂର୍ବରୁ ୧୦ ଡିସେମ୍ବର ୧୯୯୪ରେ ଆତଙ୍କବାସୀଙ୍କ ସହ ଲଢ଼ି ପ୍ରାଣବଳୀ ଦେଇଥିଲେ ନିର୍ମଳା ଶର୍ମାଙ୍କ ପୁଅ । ଦେଶ ପାଇଁ ଜୀବନ ଦେଇ ସହିଦ ହେବାପରେ କୋହକୁ ଚାପି ଧରିଥିଲେ ସତ ହାର ମାନିନଥିଲେ ନିର୍ମଳା । ବରଂ ଭାରତୀୟ ସେନା ପାଇଁ ଏବେ ସେ ରାଶି ଜମା କରୁଛନ୍ତି । ନିର୍ମଳାଙ୍କ ପୁଅ ଦେବାଶୀଷ ଭାରତୀୟ ସେନାରେ କ୍ୟାପଟେନ୍ ଥିିଲେ । ୧୦ ଡିସେମ୍ବର ୧୯୯୪ରେ ଏକ ଅପରେସନ ସମୟରେ ସେ ବୀରଗତିକୁ ପ୍ରାପ୍ତ ହୋଇଥିଲେ । ପୁଅ ଶହୀଦ ହେବା ପରେ ନିର୍ମଳା ନିଷ୍ପତ୍ତି ନେଇଥିଲେ ତାଙ୍କ ପୁଅ ଦୁନିଆରେ ନରହିଲେ ମଧ୍ୟ ତାଙ୍କ ସ୍ମୁତିରେ ଭାରତୀୟ ସେନା ସହ ଯୋଡ଼ି ହୋଇ ରହିବେ । ଆଉ ଏଥିପାଇଁ ସେ ମାଟିର କଳାକୃତ୍ତି ଓ ମାଟିର ବାସନ ତିଆରି କରିବାର କଳା ଶିଖିଥିଲେ ।

ନିର୍ମଳା ୨୦୦୭ରୁ ସହିଦ ପୁଅ ସ୍ମୃତିରେ ମାଟିର ବାସନ ଓ କଳାକୃତି ତିଆରି କରି ପ୍ରଦର୍ଶନୀ ଲଗାଉଥିଲେ । ଆଉ ସେଥିରୁ ରୋଜଗାର ହେଉଥିବା ସମସ୍ତ ଟଙ୍କାକୁ ସେନା ପାଣ୍ଟଣ୍ଠିରେ ଜମା କରୁଥିଲେ । ୨୦୦୬ରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଆଉ ତା’ ପରଠାରୁ ସେ ଏହି କାମ ଆରମ୍ଭ କରିଥିଲେ । ସେ ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟାଇକକୁ ପ୍ରଶଂସା କରିବା ସହ ଆଉ ଏକ ସର୍ଜିକାଲ ଷ୍ଟାଇକ୍ ହେଉ ବୋଲି ଇଚ୍ଛା ଜାରିର କରିଛନ୍ତି । ଯଦ୍ୱାରା ଶତ୍ରୁ ଦେଶ ମୁଣ୍ଡ ଟେକି ଭାରତକୁ ଚାହି ପାରିବ ନାହିଁ । ନିର୍ମଳା ଏବେ ପର୍ଯ୍ୟନ୍ତ ଭାରତ ସମେତ ଅନେକ ସହରର ପ୍ରଦର୍ଶନୀ ଲଗାଇ ସାରିଛନ୍ତି । ଆଉ ସେଥିରୁ ମିଳୁଥିବା ଟଙ୍କାକୁ ସେନା ପାଣ୍ଠି ପାଇଁ ଦାନ କରୁଛନ୍ତି ।