ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା ! ଭାରତରୁ ପ୍ଲାଷ୍ଟିକ ମୁକ୍ତ ହେବା ସହ ସେନାକୁ ନେଇ ବଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ

912

ଆଜି ଦେଶ ପାଳନ କରୁଛି ୭୩ ତମ ସ୍ୱାଧୀନତା ଦିବସ । ଚାରିଆଡେ ଖୁସି ଏବଂ ଉଲ୍ଲାସର ମାହୋଲ୍ ଭିତରେ ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପତାକା ଉତ୍ତୋଳନ ପୂର୍ବରୁ ମୋଦି ଟ୍ୱିଟରରେ ଟ୍ୱିଟ୍ କରି ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଏବଂ ରକ୍ଷା ବନ୍ଧନ ଉଭୟର ଶୁଭେଚ୍ଛା ଜଣାଇଥିଲେ । ପ୍ରଥମେ ସେ ଦିଲ୍ଲୀର ଅମର ଯବାନ ଜ୍ୟୋତି ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଲାଲକିଲ୍ଲାରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଏବଂ ଦେଶବାସୀଙ୍କୁ ଉଦବୋଧନ ଦେଇ ବଡ ଘୋଷଣା କରିଥିଲେ ।

୧ . ଦେଶକୁ ଗରିବୀରୁ ମୁକ୍ତ କରିବାକୁ ପଡିବ , ଜଳର ମହତ୍ତ୍ୱକୁ ପିତାମାତା ପିଲାମାନଙ୍କୁ ଶୈଶବରୁ ହିଁ ଶିକ୍ଷା ଦେବା ଉଚିତ୍ , ଏକ ଦେଶ ଏବଂ ଏକ ସମ୍ବିଧାନ ଏହା ଯେଭଳି ପ୍ରତ୍ୟେକ ଭାରତୀୟ କହିପାରିବେ

୨ . ରାଜନୀତି ଆସିବ, ଯିବ କିନ୍ତୁ ଦେଶର ସ୍ୱାର୍ଥ ନିମିତ୍ତ ନିଆଯାଇଥିବା ପଦକ୍ଷେପ ସବୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ।

୩ . ସେନାଙ୍କୁ ନେଇ ମୋଦିଙ୍କ ବଡ଼ ଘୋଷଣା ! ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ନାଁରେ ନୂଆ ପଦବୀ ସୃଷ୍ଟି ହେବ , ତିନି ସେନାର ମୁଖ୍ୟ ରହିବେ CDS , CDS ଜରିଆରେ ପୁରା ସୈନ୍ୟଶକ୍ତି ଏକାଠି ଚାଲିବେ ।

୪ . ଆତଙ୍କବାଦ ବିରୋଧରେ ଲଢେଇ ହେବ ! ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଆତଙ୍କବାଦରେ ଜର୍ଜରିତ, ଭାରତ ଆଉ ଦେଖଣାହାରି ହୋଇରହିବ ନାହିଁ , ଆତଙ୍କବାଦ ପାଳୁଥିବା ଦେଶ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୫ . ଭାରତ ହେବ ପ୍ଲାଷ୍ଟିକ ମୁକ୍ତ ! ଅକ୍ଟୋବର ୨ ରୁ ଭାରତରେ ବନ୍ଦ ହେବ ପ୍ଲାଷ୍ଟିକ ବ୍ୟବହାର , ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟସ୍ ଆମର ପ୍ରାଥମିକତା , ଡିଜିଟାଲ୍ ପେମେଣ୍ଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ , ଡିଜିଟାଲ୍ ପେମେଣ୍ଟକୁ ହଁ , ନଗଦ କାରବାରକୁ ନାଁ ।