ରାଞ୍ଚି ଟେଷ୍ଟରେ ଚମକିଲେ ରୋହିତ ଶର୍ମା : ଛକା ମାରି ହାସଲ କଲେ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ , ୨୧୨ ରନର ଲଢୁଆ ଇନିଂସ ଖେଳି ପ୍ୟାଭଲିୟନ୍ ଫେରିଲେ ରୋହିତ 

968

କନକ ବ୍ୟୁରୋ : ରାଞ୍ଚି ଟେଷ୍ଟରେ ହିଟ୍ ମ୍ୟାନଙ୍କ ହିଟ୍ ସୋ । ରୋହିତ ଜମେଇଲେ ଦମଦାର ଦ୍ୱିଶତକ । ଗତକାଲି ଶତକ ହାସଲ କରି ଅପରାଜିତ ଥିବା ରୋହିତ ଶର୍ମା ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିଶତକ ପୂରଣ କରିଛନ୍ତି  । ଆଜି ଲଂଚ ପୂର୍ବରୁ ୧୯୯ ରନରେ ନଟ୍ ଆଉଟ୍ ଥିଲେ ରୋହିତ । ଲଂଚ ଶେଷ ହେବା ପରେ ରୋହିତ ଆସିଥିଲେ ବ୍ୟାଟିଂ ପାଇଁ । ଛକା ମାରି ପୂରଣ କରିଥିଲେ ଦ୍ୱିଶତକ । ରୋହିତଙ୍କ ଏହି ଡବଲ୍ ହଣ୍ଡ୍ରେଡ ୨୪୯ ବଲରୁ ସେ ହାସଲ କରିଛନ୍ତି । ଯାହା ମଧ୍ୟରେ ରହିଛି ୨୮ ଚୌକା ଓ ୫ ଛକା ।

ରୋହିତଙ୍କ ଏହି ସୁପର ସୋ ବଳରେ ଭାରତ ବଡ ସ୍କୋର ଆଡକୁ ମୁହାଁଉଛି । ତେବେ ଦ୍ୱିଶତକ ପୂରଣ କରିବା ପରେ ପରେ ରୋହିତ ଶର୍ମା କ୍ୟାଚ ଆଉଟ୍ ହୋଇଯାଇଥିଲେ । ବ୍ୟକ୍ତିଗତ ସ୍କୋର ୨୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଚଳିତ ଟେଷ୍ଟ ସିରିଜରେ ରୋହିତ ଶର୍ମା ଏହି ଦ୍ୱିଶତକ ଜରିଆରେ ୫ ରନ୍ ବି ପୂରଣ କରିଛନ୍ତି । ଗୋଟିଏ ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍ କରିବାରେ ରୋହିତ ଶର୍ମା ହେଉଛନ୍ତି ପଂଚମ ଭାରତୀୟ ଖେଳାଳି । ତାଙ୍କ ପୂର୍ବରୁ ଏହି ରେକର୍ଡ ବିନୁ ମଙ୍କଡ, ବୁଦ୍ଧି କୁନ୍ଦେରନ୍, ସୁନୀଲ ଗାଭାସ୍କର ଓ ବୀରେନ୍ଦ୍ର ସେୱାଗଙ୍କ ନାଁରେ ରହିଛି ।