ବାରବାଟୀକୁ ବୋତଲ ଭୟ : ମ୍ୟାଚର ୫ ମାସ ଆଗରୁ ଓସିଏର ସୁରକ୍ଷା ବନ୍ଦୋବସ୍ତ

27

ମ୍ୟାଚକୁ ବାକି ୫ ମାସ, ହେଲେ ଓସିଏ ଆଖିରେ ନିଦ ନାହିଁ । ବାରବାଟୀରେ ଦିନିକିଆ ମ୍ୟାଚ କରିବା ନେଇ ଚିନ୍ତା । ବୋତଲ ମାଡ ଘଟଣା ପରେ ସବୁଆଡୁ ନିନ୍ଦିତ ହୋଇଛି ଓସିଏ । ଏବେ ପୁଣି ଜାନୁଆରୀ ୧୯ରେ ଇଂଲଣ୍ଡ ସହ ଏକ ଦିନିକିଆ ମ୍ୟାଚ ହେବା ପରେ ଭାବମୂର୍ତି ସୁଧାରିବାକୁ ଉଦ୍ୟମ କରୁଛି ଓଡିଶା କ୍ରିକେଟ ଆସୋସିଏସନ । ଇଂଲଣ୍ଡ କ୍ରିକେଟ ବୋର୍ଡର ଅଫିସିଆଲ, ଓସିଏ କର୍ମକର୍ତାଙ୍କ ସହ ପୋଲିସ କମିଶନର ଆଲୋଚନା କରି ନେଇଛନ୍ତି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଦେଖନ୍ତୁ ଏହି ରିପୋର୍ଟ ।