ଦେଶବାସୀଙ୍କୁ ବିରାଟ ବାହିନୀର ସାଧାରଣତନ୍ତ୍ର ଦିବସ ଭେଟି । ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଦିନିକିଆରେ ୯୦ ରନରେ ପରାସ୍ତ କରି, ୨-୦ରେ ଆଗୁଆ ଭାରତୀୟ ଟିମ୍ ।

ମାଉଣ୍ଟ୍ ମେଙ୍ଗନୁଇର ବେ ଓଭାଲଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍ ଦ୍ଵିତୀୟ ଦିନିକିଆରେ ୯୦ ରନରେ ଭାରତ ବିଜୟୀ ହୋଇଛି ।

302

କନକ ବ୍ୟୁରୋ: ଦେଶବାସୀଙ୍କୁ ବିରାଟ ବାହିନୀର ସାଧାରଣତନ୍ତ୍ର ଦିବସ ଭେଟି । ମାଉଣ୍ଟ୍ ମେଙ୍ଗନୁଇର ବେ ଓଭାଲଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍ ଦ୍ଵିତୀୟ ଦିନିକିଆରେ ୯୦ ରନରେ ଭାରତ ବିଜୟୀ ହୋଇଛି । ୩୨୫ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ଏହି ବିଜୟ ସହିତ ଭାରତୀୟ ଦଳ ସିରିଜ୍ରେ ୨-୦ରେ ଆଗୁଆ ହୋଇଛି।

ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଧିନାୟକ କୋହଲିଙ୍କ ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ୍ କରି ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶିଖର ଧାଓ୍ଵନ ୬୭ଟି ବଲ ଖେଳି ୯ଟି ଚୌକା ସହାୟତାରେ ୬୬ରନ୍ ଓ ରୋହିତ ଶର୍ମା ୮୭ରନ୍ରେ ଆଉଟ ହୋଇ ପାଭିଲିୟନକୁ ଫେରବା ପରେ ଭାରତର ରନ୍ ସଂଗ୍ରହର ଗତି ଆଶନୁରୂପ ହୋଇ ନ ଥିଲା।। ବିରାଟ କୋହଲି (୪ରନ) ଓ ଅମ୍ବାତି ରାଇଡୁ (୪୭ରନ) ପରେ ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବଙ୍କ ବ୍ୟାଟିଂ ଯୋଗୁଁ ଭାରତର ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୨୪ ରନ୍ ସଂଗ୍ରହ କରିଥିଲା।

ଏହି ବିଜୟ ସହିତ ଭାରତୀୟ ଦଳ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସ ଭେଟି ଦେଇଛନ୍ତି। ଭାରତ ଦ୍ଵାରା ଧାର୍ଯ୍ୟ ୩୨୫ ରନର ଜବାବରେ ନ୍ୟୁଜିଲାଣ୍ଡ ୪୦.୨ ଓଭରରେ ୨୩୪ ରନରେ ଅଲଆଉଟ୍ ହୋଇଛି। କୁଲଦୀପ ଯାଦବ ପୁଣି ଥରେ (୪୫/୪) କ୍ରମାଗତ ଦ୍ଵିତୀୟ ମ୍ୟାଚରେ ଦଳର ବିଜୟରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୮୭ ଓ ଶିଖର ଧାଓ୍ଵନ ୬୬ ରନ କରିଛନ୍ତି। ରୋହିତ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।