ସ୍ୱାସ୍ଥ୍ୟ ପାଇଁ ସେପେଟା ! ଅନେକ ବଡ଼ ବଡ଼ ସମସ୍ୟାରୁ ଆରାମ ଦେଇଥାଏ ଏହି ଛୋଟ ଫଳ

207

ସେପେଟା କେବଳ ଖାଇବାକୁ ଭଲ ଲାଗିନଥାଏ ବରଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି । ଯାହା ଆମ ସ୍ୱାସ୍ଥ୍ୟପାଇଁ ଖୁବ୍ ଲାଭଦାୟକ ହେବା ସହ ଛୋଟ ଛୋଟ ରୋଗ ଠାରୁ ଦୂରେଇ ରଖେ । ଏବେ ନଜର ପକାନ୍ତୁ ସେପେଟାର ଔଷଧୀୟ ଗୁଣ ଉପରେ ।

• ସେପେଟାରେ ଭିଟାମିନ୍ ଏ ଏବଂ ସି ଭରପୁର ଥାଏ । ଯାହା ଆଖିକୁ ସୁସ୍ଥ ରଖିବା ସହ ଶରୀରର ଇମ୍ୟୁନିଟି ଶକ୍ତ ରଖିଥାଏ ।

• ଏହାକୁ ନିୟମିତ ଖାଇଲେ ତ୍ୱଚାରେ ଚମକ ଆସିଥାଏ ।

• ଯଦି ଆପଣ ଖୁବ୍ ବ୍ୟସ୍ତ ବହୁଳ ଏବଂ ଠିକ୍ ଭାବରେ ଖାଇବାକୁ ସମୟ ପାଉନାହାଁନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ । ନିୟମିତ କିଛି ସେପେଟା ଖାଆନ୍ତୁ । କାରଣ ଏହା ଶରୀରରେ ଶକ୍ତି ବଢାଇଥାଏ ।

• ନିୟମିତ ସେପେଟା ଖାଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । ଏଥିରେ ଥିବା ଫାଇବର୍ ପାଚନ ପ୍ରକ୍ରିୟାକୁ ମଜଭୂତ କରିଥାଏ ।

• ସେପେଟାରେ ପ୍ରଚୁର ପରିମାଣର ଆଂଟି ଅକ୍ସିଡେଂଟ୍ ଥାଏ । ଏହା ମୁଖ କର୍କଟରୁ ରକ୍ଷା କରିଥାଏ ।

• ଏହା ଏଥିରେ ପ୍ରଚୁର ପରିମାଣର କ୍ୟାଲସିୟମ୍ , ଫସଫରସ୍ ଏବଂ ଆଇରନ୍ ଅଛି । ଯାହା ଆମର ହାଡକୁ ଶକ୍ତ ରଖିଥାଏ ।

• ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।

• ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଓଜନ କମାଇବାକୁ ଚାହୁଁଛନ୍ତି । ତେବେ ସେପେଟା ଖାଆନ୍ତୁ । ଏହା ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରିତ ରଖିବା ସହ ଓଜନ କମାଇବାରେ ସାହଯ୍ୟ କରେ ।