ବଢୁଛି ଇନଭର୍ଟର ଏସିର ଚାହିଦା । ବିଦ୍ୟୁତ ଶୁଳ୍କକୁ ନିୟନ୍ତ୍ରଣ କରିବା ସହ ଗ୍ରୀଷ୍ମରୁ ଦେଉଛି ମୁକ୍ତି । 

74

କନକ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ଖରାର ପ୍ରକୋପ । ଚଳିତ ବର୍ଷ ତାତିର ପ୍ରକୋପ ଯୋଗୁଁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଆଉ ଘରେ ରହିଲେ ସମସ୍ତେ ଟିକିଏ ଥଣ୍ଡା ପରିବେଶ ଖୋଜିଥାନ୍ତି । ଏନେଇ ଏସିର ଡିମାଣ୍ଡ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । ବିଭିନ୍ନ ବ୍ରାଣ୍ଡର ଏସି ମାର୍କେଟରେ ଉପଲବ୍ଧ ହେଉଥିବା ବେଳେ ଏବେ ଇନର୍ଭଟର ଏସି ମଧ୍ୟ ବିକ୍ରି ହେଉଛି । ଯାହାଦ୍ୱାରା ବିଜୁଳି ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ ଏବଂ ଏଥିଯୋଗୁଁ ଖାଉଟି ବର୍ଷକୁ ପାଖାପାଖି ୭ ରୁ ୮ ହଜାର ଟଙ୍କା ସଞ୍ଚୟ କରିଥାନ୍ତି । ଏହା ବିଦ୍ୟୁତ ବିଲ୍ କୁ ନିୟନ୍ତ୍ରଣ କରିବା ସହ ତାତିରୁ ରକ୍ଷା ଦେଇଥାଏ ।

 

କଣ ଏହି ଇନଭର୍ଟର ଏସି ଏବଂ ଏହା ସାଧାରଣ ଏସିଠାରୁ କିପରି ଭିନ୍ନ ?

-ସାଧାରଣ ଏସିରେ ଅଧିକ ବିଜୁଳି ଖର୍ଚ୍ଚ ହେଉଥିବା ବେଳେ ଇନଭର୍ଟର ଏସି ରେ କମ୍ ହୋଇଥାଏ

-ସାଧାରଣ ଏସି ଅପେକ୍ଷା ଇନଭର୍ଟର ଏସିରେ ଶୀତତାପ ନିୟନ୍ତ୍ରଣ କ୍ଷମତା ଅଧିକ ରହିଛି

-ସାଧାରଣ ଏସିରେ ରୋଟାରୀ କମ୍ପ୍ରେସର ରହୁଥିବା ବେଳେ ଇନଭର୍ଟର ଏସିରେ ଉନ୍ନତ ଓ ଶକ୍ତିଶାଳୀ କମ୍ପ୍ରେସର ରହିଛି

-ଅଧିକାଂଶ ସମୟରେ ଭୋଲଟେଜ ଯୋଗୁଁ ଏସି ଟ୍ରିପ୍ ହୋଇଥାଏ ମାତ୍ର ଇନଭର୍ଟର ଏସିରେ ଏଭଳି ସମସ୍ୟା ହୋଇନଥାଏ

-ସାଧାରଣ ଏସି ଅପେକ୍ଷା ଇନଭର୍ଟର ଏସିରେ ଆବଶ୍ୟକ ଅନୁଯାୟୀ ଥଣ୍ଡା ହୋଇଥାଏ

ଇନଭରଟର ଏସି ଦ୍ୱାରା କଣ ଫାଇଦା ମିଳିଥାଏ ?

-ଇନଭରଟର ଏସି ଦ୍ୱାରା କମ୍ ବିଜୁଳି ଖର୍ଚ୍ଚ ହୋଇଥାଏ

-ଆଇଏସଇଇଆର ରେଟିଙ୍ଗ୍ ରହିଛି ଇନଭରଟର ଏସିରେ

– ରୁମର ତାପମାତ୍ରା ଅନୁଯାୟୀ ଏହା ଥଣ୍ଡା କରିଥାଏ

– ସ୍ଥାୟିତ୍ୱ ଅଧିକ ଥିବାରୁ ଏହାକୁ ବହୁଦିନ ପର୍ଯ୍ୟନ୍ତ ବ୍ୟବହାର କରିହେବ

ଏହି ଇନଭରଟର ଏସିର ବ୍ୟବହାର ଦ୍ୱାରା ବର୍ଷକୁ ପାଖାପାଖି ୭୦୦୦ ଟଙ୍କା ପର୍ଯ୍ୟନ୍ତ ବିଜୁଳି

ଖର୍ଚ୍ଚ ସଞ୍ଚୟ  କରିହେବ । ବର୍ତମାନ ସମୟରେ ବଜାରରେ ସମସ୍ତ ବ୍ରାଣ୍ଡର ଇନଭରଟର ଏସି ଉପଲବ୍ଧ ହେଉଥିବା ବେଳେ ଏହାର ବିକ୍ରି ପାଖାପାଖି ୭୦ରୁ ୮୦ ପ୍ରତିଶତ ବଢିଥିବା  କୁହାଯାଉଛି ।