ଔଷଧ ପାଇଁ ଆପଣ କାହିଁକି ଖର୍ଚ୍ଚ କରୁଛନ୍ତି ଅଧିକ ଟଙ୍କା ? ଔଷଧରେ କମିଶନର ଖେଳ ବଢାଇଦେଇଛି ରୋଗୀଙ୍କ ସମସ୍ୟା !

69

ରୋଗୀଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଡାକ୍ତରଙ୍କୁ ଜେନେରିକ୍ ଔଷଧ ଲେଖିବାକୁ ଆଦେଶ ଦେଇଥିଲେ । କିନ୍ତୁ କମିଶନ ,  ଡାକ୍ତରଙ୍କୁ ଜେନେରିକ୍ ଔଷଧ ଲେଖିବାକୁ ଦେଉନାହାଁନ୍ତି । ଡବ୍ଲୁଏଚଓ ର ରିପୋର୍ଟ ଅନୁସାରେ , ଯଦି ଡାକ୍ତରମାନେ ଜେନେରିକ୍ ଔଷଧ ଲେଖିବାକୁ ଲାଗିବେ ରୋଗୀଙ୍କୁ ଦଶ ଗୁଣା ଶସ୍ତା ଚିକିତ୍ସା ମିଳିବ । କିନ୍ତୁ ପ୍ରାଇଭେଟ୍ ବ୍ୟତୀତ ସରକାରୀ ଡାକ୍ତର ମଧ୍ୟ ଜେନେରିକ୍ ଔଷଧ ଲେଖିବା ପାଇଁ ଇଚ୍ଛା କରୁନାହାଁନ୍ତି ।

କାହିଁକି ଶସ୍ତା ହେଉଛିି ଜେନେରିକ୍ ଔଷଧ –
ଜେନେରିକ୍ ଔଷଧର ମୁଲ୍ୟ ନିର୍ଦ୍ଧାରଣରେ ସରକାରଙ୍କର ଅଙ୍କୁଶ ଲାଗିଥାଏ । ଯେତେବେଳେ କି ପେଟେଂଟେ ଔଷଧର ଦାମ୍ କଂପାନୀ ନିଜେ ନିର୍ଦ୍ଧାରଣ କରିଥାଏ । ଏଥିପାଇଁ ଏହା ମହଙ୍ଗା ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ହେଲା ଯଦି ଡାକ୍ତର ରୋଗୀକୁ ଜେନେରିକ୍ ଔଷଧକୁ ଦେବାକୁ ଆଦେଶ ଦେବେ ତ କେବଳ ଧନୀ ଦେଶରେ ଚିକିତ୍ସା ବ୍ୟୟ ୭୦ ପ୍ରତିଶତ ଯାଏ କମ୍ ହୋଇଯିବା । ଗରୀବ ଦେଶର ଚିକିତ୍ସା ବ୍ୟୟରେ ଏହି ହ୍ରାସ୍ ଆହୁରି ଅଧିକ ହୋଇଯିବ । ଅନେକଥର ବ୍ରାଣ୍ଡେଡ୍ ଓ ଜେନେରିକ୍ ଔଷଧର ଦାମରେ ୯୦ ପ୍ରତିଶତ ଯାଏ ବ୍ୟବଧ୍ୟାନ ଥାଏ । ଜେନେରିକ୍ ଔଷଧର ତିଆରି ଆଉ ଡିଷ୍ଟ୍ରିବୁସନ ବିନା କୌଣସି ପେଟେଂଟରେ ହୋଇଥାଏ ।

ବ୍ରାଣ୍ଡେଡ୍ ଔଷଧରୁ କମ୍ ହୋଇନଥାଏ ଗୁଣବତ୍ତା –
ଡାକ୍ତର ରବି ରାଣା କୁହନ୍ତି ଯେ, “ଇଣ୍ଟରନ୍ୟାସନାଲ୍ ମାନକରେ ତିଆରି ଜେନେରିକ୍ ଔଷଧର ଗୁଣବତ୍ତା ବ୍ରାଣ୍ଡେଡ୍ ଔଷଧ ଠାରୁ କମ୍ ହୋଇନଥାଏ । ଜେନେରିକ୍ ଔଷଧକୁ ବଜାରକୁ ଆଣିବାର ଲାଇସେନ୍ସ ମିଳିବାରେ ପଥମେ ଗୁଣବତ୍ତା ମାନକଗୁଡିକୁ ସବୁ ପ୍ରକ୍ରିୟାରେ ଯିବାକୁ ହୋଇଥାଏ । ଅନ୍ୟପଟେ ଔଷଧ କଂପାନୀ ବ୍ରାଣ୍ଡେଡ ଔଷଧରୁ ମୋଟା ଅଙ୍କର ଅର୍ଥ କମାଇ ଥାଏ । ଏହି କାରଣରୁ ଡାକ୍ତର ଜେନେରିକ୍ ଔଷଧ ଲେଖୁନାହାଁନ୍ତି । କାରଣ ସେମାନଙ୍କର ଔଷଧ କଂପାନୀ ଦ୍ୱାରା ମିଳୁଥିବା ସେବା ବନ୍ଦ ହୋଇଯିବ ।”

ଏଗୁଡିକ ଜେନେରିକ୍ ଔଷଧ ହୋଇଥାନ୍ତି –
ମେଡିକଲ୍ କଲେଜରେ କାର୍ଯ୍ୟରତ ଡାକ୍ତର ଟିବିଏସ୍ ଆର୍ଯ୍ୟ କୁହନ୍ତି , “ କୌଣସି ଏକ ରୋଗ ପାଇଁ ଅନେକ ରିସର୍ଚ୍ଚ ପରେ ଏକ ରାସାୟନିକ ଯୌଗିକର ବିଶେଷ ଔଷଧ ରୂପରେ ଦେବାକୁ ସ୍ଥିର କରାଯାଇଛି । ଏହି ଯୌଗିକକୁ ଅଲଗା ଅଲଗା କଂପାନୀ ଭିନ୍ନ ଭିନ୍ନ ନାଁରେ ବଜାରରେ ବିକ୍ରି କରିଥାନ୍ତି । ଜେନେରିକ୍ ଔଷଧର ନାମ ଏଥିରେ ଏକ ଉପସ୍ଥିତ ସକ୍ରିୟ ଯୌଗିକ ଆଧାରରେ ବିଶେଷ ଜ୍ଞ ସମିତି ନିର୍ଦ୍ଧାରଣ କରିଥାଏ । କୌଣସି ଔଷଧର ଜେନେରିକ୍ ନାମ ପୁରା ବିଶ୍ୱରେ ଗୋଟିଏ ହିଁ ହୋଇଥାଏ । ଆପଣଙ୍କର କୌଣସି ବି ରୋଗ ପାଇଁ ଡାକ୍ତର ଯେଉଁ ଔଷଧ ଲେଖିଥାନ୍ତି , ସେହି ଔଷଧର ସଲ୍ଟ ଭାବେ ଜେନେରିକ୍ ଔଷଧ ଏହାଠାରୁ ଖୁବ୍ କମ୍ ଦାମରେ ଆପଣଙ୍କୁ ମିଳିପାରିବ ।”

ପାର୍ଥକ୍ୟ କଣ ରହିଛି ?
ଯଦି ବ୍ରାଣ୍ଡେଡ୍ ଔଷଧ ର ୧୪ଟି ଗୋଲିର ଏକ ପତ୍ତା ୭୮୬ଟଙ୍କା ଅଛି, ତ ଏକ ଗୋଲିର ଦାମ୍ ପାଖାପାଖି ୫୬ ଟଙ୍କା ହେବ । ଏହି ସଲ୍ଟର ଜେନେରିକ୍ ଜେନେରିକ୍ ଔଷଧ ଦଶଟି ଗୋଲିର ପତ୍ତା କେବଳ ୫୬ ଟଙ୍କାରେ ମିଳିଯିବ । ଅର୍ଥାତ୍ ଏକ ଗୋଲିର ଦାମ୍ ପାଖାପାଖି ସାଢେ ପାଂଚ ଟଙ୍କା ହେବ । କିଡନୀ , ୟୁରିନ୍ ବର୍ଣ୍ଣ ହୃଦୟ ସମ୍ବନ୍ଧୀୟ , ନ୍ୟୁରୋଲୋଜି, ଡାଇବେଟିସ୍ ଭଳି ରୋଗରେ ଏହି ଅନ୍ତର ଆହୁରି ଅଧିକ ହୋଇପାରେ ।

( ସୌଜନ୍ୟ-ଗାଓଁକନେକ୍ସନ)