ଅଙ୍ଗଦାନ ପାଇଁ ଆଗେଇ ଆସୁଛି ଭାରତ ! ଆମେରିକାକୁ ପଛରେ ପକାଇ ସୃଷ୍ଟି କଲା ନୂଆ ପରିଚୟ ।

20

କିଛି ସମୟ ପୂର୍ବରୁ ଦେଶରେ ଅଙ୍ଗଦାନ କରିବାକୁ ଲୋକ ଆଗକୁ ଆସୁନଥିଲେ କିନ୍ତୁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ମାନବିକତା ଜାଗୃତ ହେଉଥିବାର ନଜର ଆସୁଛି । ଲୋକମାନେ ଅଙ୍ଗଦାନ କରିବା ପାଇଁ ଆଗକୁ ଆସୁଛନ୍ତି । କେବଳ ଏତିକି ନୁହଁ ଲାଇଭ୍ କିଡନି ଡୋନେସନ୍ ପାଇଁ ଭାରତ ଏବେ ଆମେରିକାକୁ ପଛରେ ପକାଇ ଦେଇଛି । ରାଷ୍ଟ୍ରୀୟ ଅଙ୍ଗ ଏବଂ ଉତକ ପ୍ରତ୍ୟାରୋପଣ ସଙ୍ଗଠନ କେନ୍ଦ୍ର (ନୋଟୋ)ରୁ ଏହାର ଖୁଲାସା କରିଛି । ଜଣେ ମୃତ୍ୟୁ ପୂର୍ବରୁ ମସ୍ତିଷ୍କ ଥିବା ଲୋକ ଯଦି ଅଙ୍ଗ ଦାନ କରେ ତେବେ ଏହାଦ୍ୱାରା ୧୦ ଜଣ ଲୋକଙ୍କୁ ଜୀବନଦାନ ମିଳିବ ।

 

ରିପୋର୍ଟ ଅନୁସାରେ ୨୦୧୩-୧୬ ପର୍ଯ୍ୟନ୍ତ ଦେଶରେ ହୃଦୟ ପ୍ରତ୍ୟାରୋପଣ ୧୦ ଗୁଣା ବଢିଥିବାବେଳେ କିଡନୀ ଏବଂ ଲିଭର୍ ଦାନରେ ମଧ୍ୟ ୩ ଗୁଣା ବୃଦ୍ଧି ଘଟିଛି । ୨୦୧୬ ରେ ଏହି ସଂଖ୍ୟା ୮୦୭ ରେ ଆସି ପହଞ୍ଚିଥିଲା । ତେବେ ତାମିଲନାଡୁ ଏବଂ ମହାରାଷ୍ଟ୍ର ଏହି ଦୁଇ ରାଜ୍ୟ ଅଙ୍ଗଦାନ କରିବାରେ ପ୍ରଥମେ ରହିଥିବା କଥା ଶୁଣିବାକୁ ମିଳୁଛି ।

୨୦୧୬ ମସିହାରେ ୨୩୫ ଜଣ ରୋଗୀଙ୍କ ଶରୀରରେ ଅନ୍ୟ ବ୍ୟକ୍ତିଙ୍କ ହୃଦୟ ପ୍ରତ୍ୟାରୋପଣ କରାଯାଇଛି । ତାମିଲନାଡୁ (୧୦୦),କେରଳ (୧୮), ମହାରାଷ୍ଟ୍ର(୩୪),ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ(୩୩),ଦିଲ୍ଲୀ (୧୮),କର୍ଣ୍ଣାଟକ(୦୪) ଏବଂ ଗୁଜୁରାଟରେ ୭ ଜଣ ରୋଗୀଙ୍କ ହୃଦୟ ପ୍ରତ୍ୟାରୋପଣ କରାଯାଇଛି ।