ଦେଶରେ ବଢୁଛି ଆୟକରଦାତାଙ୍କ ସଂଖ୍ୟା : ୪ ବର୍ଷରେ ବଢ଼ିଲାଣି ୮୦ ପ୍ରତିଶତ, ତାଲିକାରେ ଅଧିକ ବେତନଭୋଗୀ

30

କନକ ବ୍ୟୁରୋ : ଆୟକର ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଟ୍ୟାକ୍ସ ବେସ୍ ବୃଦ୍ଧି କରିବା ପରେ ଶେଷ ଚାରି ବର୍ଷରେ ଏହି ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଁ ୬ଦଶମିକ୍ ୯କୋଟିରେ ପହଁଚିଛି । ଏବଂ ଆୟକର ବିଭାଗର ସୂଚନା ଅନୁଯାୟୀ ଦେଶରେ ୬୮ ପ୍ରତିଶତ କୋଟିପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେହିପରି ଆୟକରଦାତାଙ୍କ ତାଲିକାରେ ଦରମା ପାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ନିଜ ସୂତ୍ରରୁ ଆୟ କରୁଥିବା ଲୋକଙ୍କ ସଂଖ୍ୟା ବେତନଭୋଗୀଙ୍କ ତୁଳନାରେ ଟ୍ୟାକ୍ସ ପେୟର ତାଲିକାରେ ବୃଦ୍ଧି ପାଉନାହିଁ । ଯେତେବେଳେ କି ଆୟକରଦାତାଙ୍କ ତାଲିକାରେ ଡାକ୍ତର, ଆଇନଜୀବି, ଫେସନ ଡିଜାଇନରଙ୍କ ସଂଖ୍ୟା ସେଭଳି ବୃଦ୍ଧି ପାଉ ନାହି ।

ତେବେ ସେମାନଙ୍କ ଆୟ ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ନୋଟିସ ମଧ୍ୟ କରାଯାଉଛି ବୋଲି କହିଛନ୍ତି ସିବିଡିଟି ଅଧିକାରୀ । ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ଆୟକରଦାତାଙ୍କ ସଂଖ୍ୟା ବଢ଼ୁଛି । କିନ୍ତୁ ଏହା ବେତନଭୋଗୀ ମଧ୍ୟବିତଙ୍କ ଉପରେ ବୋଝ ହୋଇଛି । ମଧ୍ୟବିତ ବେତନଭୋଗୀଙ୍କ ଉପରେ ଅଧିକରୁ ଅଧିକ ଚାପ ବୃଦ୍ଧି କରୁଛି । ଅନ୍ୟପଟେ ଅବୈତନିକ ଲୋକମାନେ ସେମାନଙ୍କର ଆୟ ଘୋଷଣା କରିବାରେ ଆଗରେ ରହିଛନ୍ତି । ଶେଷ ୪ବର୍ଷରେ ୨୭ ପ୍ରତିଶତ୍ ନନ୍-ସାଲାରିଡ୍ ଲୋକମାନେ ସେମାନଙ୍କ ଆୟକୁ ଘୋଷଣା କରିଛନ୍ତି । ଯେତେବେଳେ କି ୧୯ ପ୍ରତିଶତ ବେତନଭୋଗୀ ସେମାନଙ୍କର ଆୟର ଘୋଷଣା କରିଛନ୍ତି ।