ମୋବାଇଲ କହିବ କଲ କାହାର : ଇନଷ୍ଟଲ କରନ୍ତୁ ଏହି ଆପ, ନମ୍ବର ସେଭ ନଥିଲେ ବି ଜାଣିପାରିବେ ନାଁ

52

ସ୍ମାର୍ଟ ଯୁଗରେ ସମସ୍ତଙ୍କ ପାଖରେ ରହୁଛି ସ୍ମାର୍ଟ ଫୋନ । ମୋବାଇଲର ଅତ୍ୟାଧୁନିକ ଫିଚର୍ସ ସହିତ ଭଳିକି ଭଳି ଆପ ମୋହୁଛି ଲୋକଙ୍କ ମନ । କାମକୁ କରୁଛି ସହଜରୁ ଅତି ସହଜ । ଏହା ସତ୍ୱେ ମଣିଷ ଖୋଜୁଛି ଆହୁରି ସୁବିଧା । ସ୍ମାର୍ଟ ଫୋନରେ ଏମିତି ସୁବିଧା ଆସିଛି ଯାହାକି ଆପଣଙ୍କୁ ଫୋନ ମଧ୍ୟ ଦେଖିବାକୁ ପଡିବନି । ଆପଣ ବିନା ଫୋନ ଦେଖି ଉଠେଇପାରିବେ କଲ । । କେବଳ ଏତିକି ନୁହେଁ ଆପଣଙ୍କୁ କେହି ମେସେଜ କରୁଛନ୍ତି ଯଦି, ଫୋନ ଚେକ୍ କରିବା ଦରକାର ନାହିଁ । ଏହି ଆପ କହି କି ଜଣାଇବ ମେସେଜ କରିଥିବା ଲୋକଙ୍କ ନାମ । ଏହି ଆପର ନାମ ହେଉଛି କଲର ନେମ ଆନାଉନ୍ସର ପ୍ରୋ (Caller Name Announcer Pro) । ଆସନ୍ତୁ ଜାଣିବା ତାର ବ୍ୟବହାର ବିଷୟରେ ।

• ଯେତେବେଳେ ଏହି ଆପକୁ ଖୋଲିବେ, ଖୋଲିଯିବ କଲ, ଅଡିଓ ଏବଂ ଏସଏମଏସ ର ଅପସନ୍ ।

• ତାପରେ କଲ ଅପସନକୁ କ୍ଲିକ କରନ୍ତୁ ।

• କଲ ସେଟିଙ୍ଗକୁ ଯାଇ ଉପରେ ଥିବା ଦୁଇଟି ଅପସନକୁ ଏନାବଲ କରନ୍ତୁ ।

• ଏହା ବାଦ No times to announce କୁ ଯାଇ ନିଜ ବନ୍ଧୁଙ୍କ ନାମ ଚୟନ କରନ୍ତୁ ।

• ଆପଣ ଯେଉଁ ନମ୍ବର ସିଲେକ୍ଟ କରିବେ, ଆପ କଲ ବା ମେସେଜ ଆସିଲେ ସେମାନଙ୍କ ନମ୍ବର ଆପଣଙ୍କୁ କହିକି ଜଣାଇବ ।

• ଅଡିଓ ସେଟିଙ୍ଗକୁ ଯାଇ ସମସ୍ତ ଅପସନକୁ ଏନାବଲ କରନ୍ତୁ ।

• ଏସଏମଏସ ସେଟିଙ୍ଗକୁ ଗଲେ ଦୁଇଟି ଅପସନ ଦେଖାଯିବ । ଯେଉଁଠି ଆପଣ ମେସେଜ କରୁଥିବା ବ୍ୟକ୍ତିଙ୍କ ନାମ ଓ ମେସେଜ ଶୁଣିପାରିବେ । ଆବଶ୍ୟକତା ଅନୁସାରେ ଅପସନ ସିଲେକ୍ଟ କରିପାରିବେ । ଏବେ ଆପଣଙ୍କୁ କଲ ବା ମେସେଜ ଆସିଲେ ତାଙ୍କ ନାମ ଶୁଣାଯିବ ।

• ଯଦି ଆପଣଙ୍କ ଫୋନରେ ନାମ ସେଭ ହେଇନି, ତେବେ ଏହା ନମ୍ବର ଆନାଉନ୍ସ କରିବ ।

• ଆପଣ ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ ।