୫ ଲକ୍ଷ ଟଙ୍କାକୁ ବଢିଲା ଆୟକର ସୀମା । ମଧ୍ୟବିତ୍ତଙ୍କ ପାଇଁ ମୋଦି ସରକାରଙ୍କ ବଡ ଘୋଷଣା ।

ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ୦% ଟିକସ ଦେବାକୁ ପଡୁଥିଲା । ଏବେ ମୋଦି ସରକାର ନିଜ ଶେଷ ବଜେଟରେ ବଡ ଘୋଷଣା କରି ମୋଦି ନେଇଛନ୍ତି ଏକ ବଡ ପଦକ୍ଷେପ । ପୂର୍ବରୁ ବଜେଟରେ ଆୟକର ରିହାତି ନେଇ ମଧ୍ୟ ପୂର୍ବାନୁମାନ କରାଯାଉଥିଲା ।

852

ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ସବୁଠାରୁ ବଡ ଘୋଷଣା କରିଛନ୍ତି । ଆୟକର ରିହାତି ସୀମା ୨.୫ ଲକ୍ଷରୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ । ଅର୍ଥାତ୍ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୈାଣସି ଟିକସ ଦେବାକୁ ପଡିବ ନାହିଁ ।

ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ୦% ଟିକସ ଦେବାକୁ ପଡୁଥିଲା । ଏବେ ମୋଦି ସରକାର ନିଜ ଶେଷ ବଜେଟରେ ବଡ ଘୋଷଣା କରି ମୋଦି ନେଇଛନ୍ତି ଏକ ବଡ ପଦକ୍ଷେପ । ପୂର୍ବରୁ ବଜେଟରେ ଆୟକର ରିହାତି ନେଇ ମଧ୍ୟ ପୂର୍ବାନୁମାନ କରାଯାଉଥିଲା ।

ସେହିଭଳି ସାଢେ ୬ ଲକ୍ଷ ଟଙ୍କାର ନିବେଶ ଉପରେ ମଧ୍ୟ କୈାଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି । ଅର୍ଥାତ୍ ଯଦି ଆପଣ ସାଢେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି ଏବଂ ଏଥିରେ ଆପଣ ନିବେଶ ମଧ୍ୟ କରୁଛନ୍ତି, ତେବେ ଆପଣଙ୍କୁ କୈାଣସି ଆୟକର ଦେବାକୁ ପଡିବ ନାହିଁ ।

ଦେଶରେ ପାଖାପାଖି ୩ କୋଟି ମଧ୍ୟବିତ୍ତ ପରିବାର ଯେଉଁମାନେ ଆୟକର ପରିଧି ଭିତରକୁ ଆସୁଥିଲେ, ସେମାନେ ଏଥିରୁ ଉପକୃତ ହେବା ଅନୁମାନ କରାଯାଉଛି ।