ସରକାର ଆଣିଲେ ବଡ ପରିବର୍ତ୍ତନ ! ଏବେ ଆୟକର ପଇଠ କରିବା ହେବ ଆହୁରି ସହଜ,ଛୋଟ ବ୍ୟବସାୟୀ ଉଠାଇପାରିବେ ଲାଭ ।

145

ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ଆପଣଙ୍କୁ ଏବେ କେବଳ ହସ୍ତାକ୍ଷରର ହିଁ ଆବଶ୍ୟକତା ପଡିବ । ଅନ୍ୟ ସବୁ କାମ କରିବ ଆୟକର ବିଭାଗ । ଏହାର ଅର୍ଥ ଆୟକର ବିଭାଗ ଆଇଟିଆର ନିଜେ ପୂରଣ କରି ଆପଣଙ୍କ ପାଖକୁ ପଠାଇବ । ଯଦି ଏଥିପାଇଁ ଆପଣଙ୍କୁ କିଛି ସଂଶୋଧନ କରିବାକୁ ପଡିବ ତେବେ ଆପଣ ନିଜେ ଏହା କରିପାରିବେ । ସରକାର ଏବେ ଜିଏସଟି ରିଟର୍ଣ୍ଣ ପୂରଣ କରିବା ଫର୍ମକୁ ସରଳ ପ୍ରକ୍ରିୟାରେ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି ପଦକ୍ଷେପରେ ବ୍ୟବସାୟୀଙ୍କୁ ଲାଭ ମିଳିବାକୁ ଯାଉଛି ।

ପ୍ରଥମରୁ ପୂରଣ ହୋଇଥିବା ଆଇଟିଆର ଫର୍ମ ଆଣିବାକୁ ଚାଲିଛି ପ୍ରସ୍ତୁତି :

ସରକାର ପ୍ରଥମରୁ ପୂରଣ ହୋଇଥିବା ଆଇଟିଆର ଫର୍ମ ଆଣିବାକୁ ପ୍ରସ୍ତୁତି ଚଲେଇଛି । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାୟରେକ୍ଟ ଟ୍ୟାକ୍ସ (ସିବିଡିଟି) ର ଚେୟାରମ୍ୟାନ ସୁଶୀଲ୍ ଚନ୍ଦାଙ୍କ କହିବାନୁସାରେ ଆଇଟି ରିଟର୍ଣ୍ଣ ଶୀଘ୍ର ପୂରଣ କରିବା ପ୍ରକ୍ରିୟାର କାମ ଖୁବଶୀଘ୍ର ଆରମ୍ଭ ହେବ । ପ୍ରି-ଫିଲ୍ଡ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ସିଧା କିମ୍ବା ସଂଶୋଧନ ହୋଇ ଆପଣଙ୍କୁ ଜମା ଦିଆଯିବ । ଏହା ଖର୍ଚ୍ଚ ଅନୁସାରେ ତଥା ଆୟ ଅନୁସାରେ ଆଧାରିତ ହେବ । ନୂଆ ଫର୍ମ ସେହି ଲୋକମାନଙ୍କ ପାଇଁ ଯେ ଆଇଟିଆଇ ଫାଇଲ୍ ର ଜଟିଳତା ଦେଖି ଫର୍ମ ପୂରଣ କରୁନାହାନ୍ତି । ତେଣୁ ଏହାକୁ ସହଜ କରିବା ପାଇଁ ଆୟକର ବିଭାଗ ଏହାକୁ ସରଳ କରିଛି । ଏହାଦ୍ୱାରା ଛୋଟ ବ୍ୟବସାୟୀଙ୍କ ଲାଭ ହେବ । ତେବେ ୨୦୧୯ ମସିହାରେ ଏହାକୁ ଚାଲୁ କରାଯିବ କହିଛନ୍ତି ରାଜସ୍ୱ ସଚିବ ।

ଜିଏସଟି -୩ ବି ଫର୍ମ :

ଜିଏସଟି -୩ ବି ଫର୍ମ ସ୍ୱଘୋଷିତ ରିଟର୍ଣ୍ଣ ଦାଖିଲ କରିବା ପାଇଁ ହୋଇଛି ଯାହାକୁ ସଂକ୍ଷିପ୍ତ ବିକ୍ରି ରିଟର୍ଣ୍ଣ ଫର୍ମ ମଧ୍ୟ କୁହାଯାଏ । ଏଥିରେ ମୋଟ ନେଣଦେଣ,ବିକ୍ରି ଏବଂ କ୍ରୟ ତଥା ଟ୍ୟାକ୍ସର ଅନୁମାନିକ ବ୍ୟୁରୋ ଦେଇଥାଏ । ଜିଏସଟିରେ ପଂଜିକୃତ କରିଥିବା ବ୍ୟବସାୟୀଙ୍କ ପାଇଁ ଏହି ଫର୍ମ ପ୍ରସ୍ତୁତ କରିବା ଅନିବାର୍ଯ୍ୟ ଅଟେ ।

ଟେକ୍ସପେୟର୍ ୨୦୧୭-୧୮ ବର୍ଷ ପାଇଁ ମାର୍ଚ୍ଚ ୨୦୧୯ ମଧ୍ୟରେ ଫାଇନ୍ ସହ ରିଟର୍ଣ୍ଣ ଫାଇଲ୍ କରିପାରିବେ । ଯଦି ଏହାକୁ ପଇଠ କରିବା ପାଇଁ ୩୧ ଅଗଷ୍ଟରୁ ଅଧିକ ସମୟ କିମ୍ବା ଡିସେମ୍ବର ପୂର୍ବରୁ ଭରିଲେ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଡିସେମ୍ବର ପରେ ଭରିଲେ ଜରିମାନା ଦୁଇଗୁଣା ଅଧିକ ଭରିବାକୁ ପଡିବ ।