ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ବଢ଼ିବନି: ସିବିଡିଟି

22

କନକ ବ୍ୟୁରୋ: ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି ହେବା ନେଇ ରିପୋର୍ଟମାନ ପ୍ରକାଶ ପାଉଥିବାବେଳେ ଏହାକୁ ଖଣ୍ଡନ କରିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) । ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ସିବିଡିଟି କହିଛି । ତେଣୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ରହିବ ବୋଲି କୁହାଯାଇଛି । ଏଥିସହିତ ଟିକସଦାତାମାନେ ଠିକ ସମୟରେ ରିଟର୍ଣ୍ଣ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।

ବର୍ଷ ଆୟକର ଦାଖଲ କରିବା ପାଇଁ ଟିକସଦାତାମାନେ କେତେକ ନୂଆ ପ୍ରକାର ସମସ୍ୟା ସାମ୍ନା କରୁଛନ୍ତି । ପାନ୍ କାର୍ଡ ସହିତ ଆଧାର ସଂଯୋଗ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ ଆଉ କେତେକ ନୀତି ସମ୍ପର୍କିତ ପରିବର୍ତ୍ତନ ଯୋଗୁଁ ଟିକସଦାତାମାନେ ରିଟର୍ଣ୍ଣ ଦାଖଲ କରିବାରେ ଅସୁବିଧା ସାମ୍ନା କରୁଛନ୍ତି । ସେଥିପାଇଁ ସରକାର ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବଢ଼ାଇବା ଉପରେ ବିଚାର କରୁଛନ୍ତି ବୋଲି କୁହାଯାଇଥିଲା।