ଇନମକ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ ! ପୁରାପୁରି ମାଗଣାରେ କରନ୍ତୁ ଅନଲାଇନ ଫାଇଲ, କିନ୍ତୁ କିଛି ବିଶେଷ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

46

ଏକ ବର୍ଷ ମଧ୍ୟରେ କରାଯାଉଥିବା ସବୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରେ ସାମିଲ ଅଛି ଇନକମ ଟାକ୍ସ ରିଟର୍ଣ୍ଣ ଫାଇଲ କରିବା । ୨୧୦୬-୧୦୧୭ ଆର୍ଥିକ ବର୍ଷରେ ସ୍ଲାବ ହିସାବରେ ଆୟକର ପଇଠର ରିହାତି ସୀମା ୬୦ ବର୍ଷରୁ କମ ପୁରୁଷ ଓ ମହିଳାଙ୍କ ପାଇଁ ୨.୫ ଲକ୍ଷ ପର୍ଯ୍ୟନ୍ତ ରହିଛି । ୬୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କଙ୍କ ପାଇଁ ରିହାତି ସୀମା ରହିଛି ୫ ଲକ୍ଷ । ଏମିତିରେ ନିଜର ଆୟ ମୁତାବକ ସ୍ଲାବକୁ ଧ୍ୟାନରେ ରଖି ସମୟ ପୂର୍ବରୁ ଇନକମ ଟାକ୍ସ ଫାଇଲ କରିଦିଅନ୍ତୁ । ୩୧ ଜୁଲାଇ ଇନକମ ଟାକ୍ସ ଆୟକର ପଇଠ କରିବାର ଶେଷ ଦିନ । ଯଦି ଆପଣଙ୍କ ଆୟ ବର୍ଷକୁ ୫ ଲକ୍ଷରୁ ଅଧିକ ତେବେ ଆପଣଙ୍କୁ ଆୟକର ପଇଠ କରିବା ପାଇଁ ପଡ଼ିବ ।

ତଳେ ଦିଆଯାଇଥିବା ପ୍ରକ୍ରିୟାରେ ଅନଲାଇନ କିମ୍ବା ନିଜ କମ୍ପ୍ୟୁଟର ସାହାଯ୍ୟରେ ଆୟକର ପଇଠ କରିପାରିବେ –

୧-ଆୟକର ପଇଠ ପ୍ରକ୍ରିୟାକୁ ଅନଲାଇନ ଫାଇଲ କରିବା ପ୍ରକ୍ରିୟାକୁ ଇ-ଫାଇଲିଂ କୁହାଯାଏ । ଆୟକର ସମ୍ମନ୍ଧିିତ ସମସ୍ତ ଦସ୍ତାବିଜ ଯଦି ଅପଡ଼େଟ ଫର୍ମରେ ଅଛି ତେବେ କମ୍ପ୍ୟୁଟର ସାହାଯ୍ୟରେ ଇ-ଫାଲଇିଂ କରିବା ଆପଣଙ୍କ ପାଇଁ ସହଜ ହେବ ଓ ସମୟ ମଧ୍ୟ ବଞ୍ଚିବ । ଆୟକର ବିଭାଗର ୱେବସାଇଟ୍ ଇନକମଟ୍ୟାକ୍ସଇଣ୍ଡିଆଇଫାଇଲିଂ.ଗଭ୍.ଇନକ ରୁ ଆପଣ ଆୟକର ପଇଠ ପ୍ରକ୍ରିୟା ପୁରୁାପୁରି ମାଗଣାରେ କରିପାରିବେ ।

୨- ଇ-ଫାଇଲିଂ ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଇନକମ ଟ୍ୟାକ୍ସ ବିଭାଗର ୱେବସାଇଟ ରେ ନିଜର ଆକାଉଂଟ ଖୋଲିବାକୁ ପଡ଼ିବ । ଆକାଉଂଟ ତିଆରି କରିବା ପାଇଁ ପ୍ୟାନ ନମ୍ବର ଓ ଜନ୍ମ ତାରିଖ ପରି କିଛି ବ୍ୟକ୍ତିଗତ ବିବରଣୀ ପ୍ରଦାନ କରିବା ପାଇଁ ପଡ଼ିବ । ଇନକମ ଟ୍ୟାକ୍ସ ବିଭାଗର ଲିଙ୍କରେ କ୍ଲିକ କରି ଆକାଉଂଟ ତିଆରି କରନ୍ତୁ । ଆପଣଙ୍କ ପ୍ୟାନ ନମ୍ବର ଆପଣଙ୍କର ୟୁଜର ଆଇଡ଼ି ହେବ ।

୩- ଇ-ଫାଇଲିଂର ଆପଣ ଦୁଇଟି ଉପାୟ କରିପାରିବେ । ପ୍ରଥମଟି ହେଲା ଆପଣ ଆୟକର ବିଭାଗର ୱେବସାଇଟର ଡ଼ାଉନଲୋଡ଼ ସେକ୍ସନକୁ ଯାଇ ସେଠାରେ ଫର୍ମ ଡାଉନଲୋଡ଼ କରନ୍ତୁ । ତାହାକୁ ନିଜର ପିସିରେ ସେଭ କରି ଦିଅନ୍ତୁ ଏବଂ ଫର୍ମକୁ ଧ୍ୟାନରେ ରଖି ଦିଅନ୍ତୁ । ସେଠାରେ ଥିବା ଜେନେେରେଟ୍ ଏକ୍ସଏମଲ ରେ କ୍ଲିିକ କରବା ପରେ ପୁଣି ୱେବସାଇଟକୁ ଯାଇ ଅପଲୋଡ଼ ଏକ୍ସଏକଏଲରେ କ୍ଲିକ କରନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଏଥିପାଇଁ ପ୍ରଥମେ ଆପଣଙ୍କୁ ଲଗ ଅନ କରିବା ପାଇଁ ପଡ଼ିବ । ଅପଲୋଡ଼ ଏକ୍ସଏମଏଲ ଜରିଆରେ ସେଠାରେ ଫର୍ମ ଅପଲୋଡ଼ କରନ୍ତୁ ଯାହା ଆପଣ କିଛି ସମୟ ପୂର୍ବରୁ ଭରି ଥିଲେ ।

୪- ଏହା ବ୍ୟତୀତ ଏକ ସାଧାରଣ ଉପାୟ ମଧ୍ୟ ଆୟକର ପଇଠ କରିପାରିବେ । ଇ-ଫାଇଲ ସେକ୍ସନକୁ ଯାଇ ସେଠାରେ ଲଗ ଇନ କରନ୍ତୁ ଯେଉଁ ଫର୍ମ ଓ ଆସେସେମେଣ୍ଟ ବର୍ଷ ଦରକାର ତାହା ଚୟନ କରନ୍ତୁ । ସେଠାକୁ ଯାଇ ସମସ୍ତ ବିବରଣୀ ଭରନ୍ତୁ ।

ଏବେ ଫର୍ମରେ ପରରିବର୍ତ୍ତନ ହୋଇଛି, ଧ୍ୟାନ ଦିଅନ୍ତୁ –
ଫର୍ମ ଚୟନ କରିବା ସମୟରେ ବିଶେଷ ସାବଧାନ ହୁଅନ୍ତୁ କାରଣ ଆପଣଙ୍କୁ ଯେଉଁ ଫର୍ମ ଚୟନ କରରୁଛନ୍ତି ତାହା ଆପଣଙ୍କ ଆୟ ମୁତାବକ ହେବା ଉଚିତ । ଆପଣଙ୍କ ଦରମା, ପେନସନ ଇନକମ, ଅନ୍ୟ ପ୍ରପର୍ଟି କିମ୍ବା ଲଟେରୀ ଇନକମ ଆଦି ଏଥିରେ ସାମିଲ ରହିଛି । ଯେଉଁ ମାନଙ୍କ ଆୟ ବର୍ଷକ ୫୦ ଲକ୍ଷ ପର୍ଯ୍ୟନ୍ତ ରହଛିି ସେ ସହଜ ଫର୍ମ ଉଠାନ୍ତୁ । ଆଇଟିଆର ୨ ଫର୍ମରୁ ସେହିମାନେ ନିଜର ରିଟର୍ଣ୍ଣ ଫାଇଲ କରିବା ଉଚିତ । ଏବେ ଟ୍ୟାକ୍ସ ବିଭାଗ ଫର୍ମ ସଂଖ୍ୟାରେ କମାଇ ଦେଇଛି ।

କଳାଧନ ଉପେର ରୋକ ଲଗାଇବା ପାଇଁ ହୋଇଥିଲା ବିମୁଦ୍ରାକାରଣ । ଏନେଇ ଆୟକର ରିଟର୍ଣ୍ଣ ଫର୍ମରେ ଏକ ସ୍ୱତନ୍ତ୍ର କଲମ ମଧ୍ୟ ଦିଆଯାଇଛି । ଏଥିରେ ଆପଣଙ୍କୁ ବିମୁଦ୍ରାକାରଣ ପରେ ନିଜର ଆକାଂଟରେ ଜମା ହୋଇଥିବା ଟଙ୍କା ୨ ଲକ୍ଷ କିମ୍ବା ତା’ଠାରୁ ଅଧିକ ରକମ ତାହାର ସମସ୍ତ ବିବରଣୀ ଦେବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ନିଜ ଆକାଂଉଟ ନମ୍ବର , ଯେଉଁ ବ୍ୟାଙ୍କରେ ଜମା ରଖିଛନ୍ତି ତାହାରେ ଆଇଏଫଏସସି କୋଡ଼ ଓ କେତେ ଟଙ୍କା ଜମା କରିଛନ୍ତି ତାହାର ସମସ୍ତ ବିବରଣୀ ପ୍ରଦାନ କିରବାକୁ ପଡ଼ିବ ।

ଏବେ ରିଟର୍ଣ୍ଣ ଫାଇଲ କରିବା ସମୟରେ ନିଜର ପାଖରେ ସମସ୍ତ ଦସ୍ତାବିଜ ରଖନ୍ତୁ-ଯେପରି ପ୍ୟାନ ନମ୍ବର , ଫର୍ମ-୧୬, ଆପଙ୍କ ଖାତାରେ ଥିବା ଚଳିତ ଆର୍ଥିକ ବର୍ଷର ସୁଧ ପରିମାଣ, ଟିଡ଼ିଏସ ସମ୍ମନ୍ଧୀୟ ବିବରଣୀ ଓ ନିବେଶ ସମ୍ମନ୍ଧିିତ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ପଡ଼ିବ । ହୋମଲୋନ ଓ ଇନସ୍ୟୁରାନ୍ସ ସମ୍ମନ୍ଧିିତ ବିବରଣୀ ନିଜ ପାକରେ ରଖନ୍ତୁ । ନିଜର ଟାକ୍ସ ରିଟର୍ଣ୍ଣ ଭାଲିଡ଼େଟ କରିବା ପାଇଁ ଆପଙ୍କୁ ଏହି ଫର୍ମର ସାହାରା ନେବାକୁ ପଡ଼ିବ ।

– ଯଦି ଡିଜିଟାଲ ଦସ୍ତଖତ କରି ଆୟକର ଭରାଯାଇଛି ତେବେ ଫର୍ମ ଦାଖଲ କରିବା ସମୟରେ ଆକନଲେଜମେଂଟ ନମ୍ବର ଏକ ପ୍ରକାରର ରସିଦ ଜେନେରେଟ କରିବ ।

– ଯଦି ବିନା ଡିଜିଟାଲ ଦସ୍ତଖତରେ ଆପଣ ଆୟକର ଫାଇଲ କରଛନ୍ତି ତେବେ ଆଇଟିଆର–୫ ଫର୍ମ ଜେନେରେଟ ହେବ ଏବଂ ତାହା ଆପଣଙ୍କ ସାଇଟରେ ରେଜିଷ୍ଟର ଇମେଲ ଆଇଡ଼ିକୁ ଆସିଯିବ । ଆଇଟିଆର–୫ଏକ ପ୍ରକାର ରସିଦ ଅଟେ ଯାହା ଜଣାଇଦିଏ କି ଆପଣଙ୍କ ଆୟକର ପଇଠ ହୋଇଯାଇଛି । ଏବେ ଏହି ଆଇଟିଆର ୫ ଫର୍ମରେ ଦସ୍ତଖତ କରି ବେଙ୍ଗାଲୁରୁ କାର୍ଯ୍ୟାଳକୁ ପଠାଇ ଦିଅନ୍ତୁ । ୧୨୦ ଦିନ ଭିତରେ ଏହି ଫର୍ମ କାର୍ଯ୍ୟାଳୟ ପହଞ୍ଚି ଯିବ ଯଦ୍ୱାରା ଆୟକର ପଇଠ ପ୍ରକିୟା ପୁରା ହୋଇପାରିବ । ଯଦି ଠିକ ସମୟରେ ଏହି କାଗଜପତ୍ର ନ ପଠାନ୍ତି ତେବେ ଆୟକର ପଇଠ ପ୍ରକିୟା ଅଧାରେ ରହିଯିବ । ଏଥପାଇଁ ଠିକରେ ଓ ଚିନ୍ତା କରି ଆପଣ ଫର୍ମ ପୋଷ୍ଟ କରନ୍ତୁ ।