ଚେନ୍ନାଇର ସ୍ୱର୍ଗତ ଜୟଲଳିତା ବାସଭବନ ଉପରେ ଚଢାଉ ! ପୋଇସ ଗାର୍ଡେନରେ ପଶି ଛାନଭିନ କଲା ଆୟକର ବିଭାଗ

33

କନକ ବ୍ୟୁରୋ: ଆୟକର ବିଭାଗ ଶୁକ୍ରବାର ରାତିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାସଭବନ ପୋଇସ ଗାର୍ଡେନ ଉପରେ ଚଢାଉ କରିଛି । ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ପୋଇସ ଗାର୍ଡେନରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଆୟକର ବିଭାଗର ଚଢାଉ ପରେ ଜୟାଙ୍କ ସମର୍ଥକମାନେ ପୋଏସ ଗାର୍ଡେନ ଆଗରେ ରୁଣ୍ଡ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଶଶିକଳାଙ୍କ ଭଣଞ୍ଜା ଟିଟିବି ଦିନାକରନ ଏହା ଆମ୍ମାଙ୍କ ଆତ୍ମା ସହ ବିଶ୍ୱାସଘାତକତା ବୋଲି କହିଛନ୍ତି ।