ଏନ ଭାସ୍କର ରାଓଙ୍କୁ ଆୟକର ବିଭାଗର ନୋଟିସ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଡୁଆରେ ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀ ଏନ ଭାସ୍କର ରାଓ । ୪୧ ଲକ୍ଷ ଟଙ୍କା ବକେୟା ଟିକସ ପୈଠ କରିବା ପାଇଁ ଭାସ୍କରଙ୍କୁ ନୋଟିସ ହୋଇଥିବା ଜଣାପଡିଛି । ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଭାସ୍କର ରାଓ । ଯେଉଁଥିରେ ସେ ନିଜର ସ୍ଥାବର ଓ ଅସ୍ଥାବର ସଂପତିର ତାଲିକା ଦେଇଥିଲେ । ଏଥିରେ ତାଙ୍କ ପତ୍ନୀଙ୍କ ସଂପତି ତାଲିକା ବି ଥିଲା । ଆଉ ଏହାପରେ ନୋଟିସ ଜାରି ହୋଇଛି । ସେ ଗତ ଆର୍ଥୀକ ବର୍ଷରେ ଦାଖଲ କରିଥିବା ରିଟର୍ଣ୍ଣ ତୁଳନାରେ ଅଧିକ ୪୧ ଲକ୍ଷ ଟଙ୍କା ଦେବା ଆବଶ୍ୟକ ବୋଲି ଅନୁଭବ କରି ଆୟକର ବିଭାଗ ଏହି ନୋଟିସ ଦେଇଥିବା କୁହାଯାଉଛି ।