ବିଜେଡି ଆକାଉଂଟରେ ୮ କୋଟି ଟଙ୍କା ଜମା ପ୍ରସଙ୍ଗ : ଖୋଲତାଡ ଆରମ୍ଭ କରିଛି ଆୟକର ବିଭାଗ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ଆକାଉଂଟରେ ୮ କୋଟି ଟଙ୍କା ଜମା ପ୍ରସଙ୍ଗ । ଆକାଉଂଟ ବାବଦରେ ଖୋଲତାଡ ଆରମ୍ଭ କରିଛି ଆୟକର ବିଭାଗ । ମିଳିଥିବା ସଚୂନା ଅନୁସାରେ ଏସବିଆଇର ମଖ୍ୟ କାର୍ଯ୍ୟାଳୟକୁ ବିଧିବଧ ଭାବେ ଆୟକର ବିଭାଗ ଚିଠି ଲେଖିଛି । ଆକାଉଂଟ ବାବାଦରେ ସମସ୍ତ ତଥ୍ୟ ଦେବା ପାଇଁ ନିର୍ଦେଶ ଦିଆଯାଇଛି । ଏହି ଆକାଉଂଟକୁ କେଉଁଠୁ, କିଏ, କେତେ ଟଙ୍କା ଦେଇଛନ୍ତି ? ତାର ଖୋଳତାଡ କରୁଛି ଆୟକର ବିଭାଗ । ତେବେ ବିଜେଡିର ଏହି ଆକାଉଂଟରେ ୮ କୋଟି ଟଙ୍କା ଥିବା ନେଇ ବିରୋଧୀ ଦଳ ନେତା ବିଧାନସଭାରେ ଉଠାଇବା ପରେ ଆୟକର ବିଭାଗ ଛାନଭିନ୍ ଆରମ୍ଭ କରିଛି ।