ଚେନ୍ନାଇର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢଉ : ୯୦ କୋଟି ନଗଦ ଟଙ୍କା ଓ ଏକ କ୍ୱିଂଟାଲ ସୁନା ଜବତ

18

କନକ ବ୍ୟୁରୋ :  ତାମିଲନାଡୁ ଚେନ୍ନାଇର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢଉ କରି ମନି ଏକ୍ସଚେଂଜର ଏକ ବଡ ରାକେଟର ପର୍ଦ୍ଦାଫାସ କରିଛି । ମୋଟ ୯୦ କୋଟି ନଗଦ ଟଙ୍କା ଓ ଏକ କ୍ୱିଂଟାଲ ସୁନା ଜବତ କରିଛି ଆୟକର ବିଭାଗ । ଜବତ ୯୦ କୋଟି ମଧ୍ୟରୁ ୧୦ କୋଟି ଟଙ୍କା ନୂଆ ନୋଟ ଏବଂ ୮୦ କୋଟି ଟଙ୍କା ଅଚଳ ୫ ଶହ ଓ ହଜାରେ ଟଙ୍କିଆ ନୋଟ ଥିବା ଜଣାପଡିଛି । ଏହି ମାମଲାରେ ଆୟକର ବିଭାଗ ତିନି ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି ।