ସୁନା ଜରିଆରେ କଳା ଧନକୁ ଧଳା କରିବାର ପ୍ରୟାସ : ପ୍ରତିଷ୍ଠିତ ଜୁଏଲରୀ ଦୋକାନ ଗୁଡିକରେ ଇଡିର ରେଡ ଜାରି

31

କନକ ବ୍ୟୁରୋ : ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ପରେ, ଚାଲିଛି କଳାଧନକୁ ଧଳା କରିବାର ପ୍ରୟାସ । ଏଥିପାଇଁ କଳାଧନକୁ ଗଛିତ କରି ରଖିଥିବା ବ୍ୟକ୍ତି ବିଶେଷ ମାନେ ବିଶେଷ କରି ସୁନା ଜରିଆରେ ଏହାକୁ ଧଳା କରିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ରାଜଧାନୀରେ ଥିବା କିଛି ପ୍ରତିଷ୍ଠିତ ସୁନା ଦୋକାନ ଗୁଡିକରେ କଳାଧନ ବଦଳରେ ସୁନା କାରବାର ଅଭିଯୋଗ ପରେ, ବିଭିନ୍ନ ସୁନା ଦୋକାନ ଗୁଡିକରେ, ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

ବିଶେଷ କରି ରାଜଧାନୀରେ ଥିବା କିଛି ଛୋଟ ମୋଟ ସୁନା ଦୋକାନକୁ ବାଦ ଦେଲେ, ଆୟକର ଫାଙ୍କିବା ସହ ଦଲାଲ ମାନଙ୍କ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ରେଡ୍ ଜାରି ରହିଛି । ମାଷ୍ଟରକ୍ୟାଂଟିନ ଛକରେ ଥିବା ଏକ ପ୍ରତିଷ୍ଠିତ ଜୁଏଲରୀ ଦୋକାନରେ ଗତ କାଲି ଦିନ ୪ଟା ଠାରୁ ବର୍ତମାନ ଶୁଦ୍ଧା ରେଡ୍ ଜାରି ରହିଛି । ଏଥିରେ ସ୍ଥାନୀୟ ପୁଲିସ ବି ସାମିଲ ଥିବା ଜଣା ପଡିଛି ।