ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜମା କରିହେବ କଳା ଟଙ୍କା : ଆୟକର ବିଭାଗ

30

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ କଳା ଟଙ୍କାକୁ ଜନହିତ ପାଇଁ ଦାନ ଦେବାକୁ ଆହ୍ୱାନ ଦେଇଛି ଆୟକର ବିଭାଗ । ରାଜ୍ୟ ଆୟକର ବିଭାଗ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ଯୋଜନା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ବିଜୟ କୁମାର ମିଶ୍ର । ରାଜ୍ୟରେ ଯେଉଁ ମାନଙ୍କ ପାଖରେ କଳାଧନ ରହିଛି ସେମାନେ ଏହି ଯୋଜନା ମାଧ୍ୟମରେ କୌଣସି ବ୍ୟାଙ୍କରେ ଗରିବ କଲ୍ୟାଣ ଯୋଜନାରେ ଟଙ୍କା ଜମା ଦେଇପାରିବେ ।

ଏହି ଯୋଜନାରେ ଟଙ୍କା ଜମା ଦେଲେ ୫୦ ପ୍ରତିଶତ ଟଙ୍କା ଟିକସ ଦେଇ ବାକି ୫୦ ପ୍ରତିଶତ ଟଙ୍କାକୁ ଧଳା କରିପାରିବେ । ଟିକସ ରାଶି ଛଡା ଆଉ ୨୫ ପ୍ରତିଶତ ଟଙ୍କା ବ୍ୟାଙ୍କରେ ଚାରି ବର୍ଷ ଯାଏଁ ଡିପୋଜିଟ ରହିବ । ଯାହାର ସୁଧ ଉକ୍ତ ଗ୍ରାହକକୁ ମିଳିବ ନାହିଁ । ଚାରି ବର୍ଷ ପରେ ଡିପୋଜିଟ ଥିବା ୨୫ ପ୍ରତିଶତ ରାଶି ଉଠେଇ ପାରିବେ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –