ସ୍ମାର୍ଟ ସିଟି ପାଇଁ ଶିଳାନ୍ୟାସ ! ୧୭୬କୋଟି ଟଙ୍କାର ସିରିଜ୍ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

22

କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ସିରିଜ୍ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ୧୭୬ କୋଟି ଟଙ୍କାର ପକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ । ସଚିବାଳୟ ମାର୍ଗରେ ସୌର ଚାଳିତ ଟ୍ରାଫିକ ସିଗନାଲ୍ ନିୟନ୍ତ୍ରଣ ସିଷ୍ଟମ୍ ,ବାଣିବିହାର ଛକ ଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ , ୟୁନିଟ ୨ ଓ ସହୀଦନଗରରେ ବହୁତଳ କାର ପାର୍କିଂ ସହିତ ,ସହୀଦନଗରରେ ସମନ୍ୱିତ ଜନସେବା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ।