ମହାକାଳପଡାରେ ବସୁଧା ଜଳପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖର୍ଚ୍ଚ ହେବ ୨୪୧ କୋଟି ଟଙ୍କା, ଲୋକେ ପାଇବେ ବିଶୁଦ୍ଧ ମଧୁର ପାଣି 

ବସୁଧା ପ୍ରକଳ୍ପରେ ପ୍ରତିଦିନ ୭୦ ଲିଟର ବିଶୁଦ୍ଧ ପାଣି ପାଇବେ ଲୋକେ 

221

କନକ ବ୍ୟୁରୋ : ମହାକାଳପଡା ଓ ମାର୍ଶାଘାଇର ଲୁଣି ଅଞ୍ଚଳରେ ବାସ କରୁଥିବା ଲୋକ ଏଣିକି ପାଇବେ ବିଶୁଦ୍ଧ ମଧୁର ଜଳ । ଏହି ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ମଧୁର ଜଳ ଯୋଗାଇ ଦେବା ପାଇଁ ଆଜି ମହାକାଳପଡାର ସରୁମୁହିଁ ଠାରେ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୪୧କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ଓ ମାର୍ଶାଘାଇ ବ୍ଲକର ୨ଶହ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏହି ପ୍ରକଳ୍ପ ଦ୍ୱାରା କେନ୍ଦ୍ରାପଡାବାସୀ ବିଶୁଦ୍ଧ ମିଠା ଜଳ ପାଇପାରିବେ ।

ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ବ୍ଲକର ୧୪୮ ଟି ଗାଁ ଓ ମାର୍ଶାଘାଇ ବ୍ଲକର ୫୨ଟି ଗାଁର ଲୋକେ ବିଶୁଦ୍ଧ ପିଇବା ପାଣି ପାଇପାରିବେ  । ଏହି ଅଞ୍ଚଳର ବାସିନ୍ଦାଙ୍କୁ ବସୁଧା ପ୍ରକଳ୍ପ ଅନୁଯାୟୀ, ପ୍ରତିଦିନ ୭୦ ଲିଟର ପାଣି ଯୋଗାଇ ଦିଆଯିବ । ଏହାସହ ପଞ୍ଚାୟତରାଜ  ଓ ପାନୀୟ ଜଳ ବିଭାଗର ନୂଆ ଟୋଲଫ୍ରୀ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ୧୯୧୬ ନମ୍ବରରେ କଲ କରି ନିଜ ଗାଁର ପାଣି ସମସ୍ୟା ବିଷୟରେ ଜଣାଇପାରିବେ । ଜଳ ପ୍ରକଳ୍ପର ଭିତିପ୍ରସ୍ଥର କାର୍ଯ୍ୟକ୍ରମ ଶେଷ ହେବା ପରେ ଏକ ବିରାଟ ସାଧାରଣ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।