ବାଲ୍ୟବିବାହକୁ ରୋକିବା ପାଇଁ ସୁଚନା ମନ୍ତ୍ରାଳୟର ଅଭିନବ ପ୍ରୟାସ! ବାହାଘର କାର୍ଡରେ ଛପାହେବ ବରକନ୍ୟାଙ୍କ ବୟସସୀମା ।

78

ସମାଜ ଏବଂ ପିତାମାତାଙ୍କ ମଧ୍ୟରେ ଶିକ୍ଷାର କମିଥିବାରୁ ଭାରତର ପ୍ରାୟ ଅଧିକାଂଶ ଅଞ୍ଚଳରେ ପାଠ ପଢିବା ବୟସରେ ପିଲାଙ୍କୁ ବିବାହ ଦିଆଯାଇଥାଏ । ବାଲ୍ୟ ବିବାହ ପ୍ରଥା କମି ଯାଇଥିଲେ ମଧ୍ୟ ଏବେ ବି କିଛି ସ୍ଥାନ ଏପରି ଅଛି ଯେଉଁଠି ୧୩ ରୁ ୧୭ ବୟସର ପିଲାଙ୍କ ବିବାହ କରି ଦିଆଯାଇଥାଏ । ବିଭିନ୍ନ ପ୍ରୟାସରେ ମଧ୍ୟ ସମାଜର ଏଭଳି ଭୟାବହତାକୁ ରୋକିବା ଯେପରି କାଠିକର ପାଠ ହୋଇଗଲାଣି । ଏଭଳି ସମସ୍ୟାକୁ ମୁଳରୁ ଓପାଡିବା ପାଇଁ ଏବେ ଏକ ଅଭିନବ ପନ୍ଥା ଜାରି କରାଯାଇଛି । ଏବେ ପ୍ରତ୍ୟେକ ବିବାହ କାର୍ଡରେ ବର ବଧୂଙ୍କ ବୟସସୀମା ଏବଂ ତାଙ୍କ ଜନ୍ମ ତାରିଖକୁ ଛପାଯିବ । କେବଳ ଏତିକି ନୁହଁ କାର୍ଡ ପ୍ରଣ୍ଟିିଙ୍ଗ ପ୍ରେସର ସଞ୍ଚାଳକଙ୍କ ପାଖରେ ବରବଧୂଙ୍କ ଆୟୁ ପ୍ରମାଣ ପତ୍ର ସମ୍ବନ୍ଧୀତ ଅଭିଲେଖ ମଧ୍ୟ ରହିବ । ଏଥିପାଇଁ ସବୁ ପ୍ରିଣ୍ଡିଙ୍ଗ ପ୍ରେସର ସଞ୍ଚାଳକଙ୍କ ସହ ଏହାକୁ ନେଇ ଏକ ବୈଠକ କରାଯିବ ।ହିମାଳୟର ସାୱତୀ ଜିଲ୍ଲାରେ ବାଲ୍ୟ ବିବାହ ଭଳି କିଛି କୁପ୍ରଥା ବର୍ଷରୁ ଚାଲି ଆସିଛି । ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡିଛି ଯେ ଏଠାକାର ୭୦ ରୁ ଅଧିକ ଝିଅ ବାଲ୍ୟ ସମୟରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । କେବଳ ଏତିକି ନୁହଁ ଏହି ଛୋଟ ଝିଅମାନେ କମ୍ ବୟସରୁ ବିବାହ କରି ୧୫ ରୁ ୧୮ ବର୍ଷ ବୟସ ଭିତରେ ମା’ ମଧ୍ୟ ହୋଇଯାଆନ୍ତି । କିଛି ଝିଅ ଛୁଆ ଜନ୍ମ କରିବା ସମୟରେ ଅସହ୍ୟ ଯନ୍ତ୍ରଣା ସହ୍ୟ ନକରି ପାରି ମୃତ୍ୟୁମୁଖରେ ମଧ୍ୟ ପଡିଥିବାର ଦୃଷ୍ଟାନ୍ତ ରହିଛି । କିନ୍ତୁ ଏବେ ଯଦି ବରକନ୍ୟାଙ୍କ ବୟସସୀମା କମ୍ ଥିବ ତେବେ ପ୍ରେସ୍ ସଞ୍ଚାଳକ ସୁଚନା ମନ୍ତ୍ରାଳୟକୁ ଏହାର ଖବର ଦେବେ । ଯାହାଦ୍ୱାରା ଏଭଳି ବିବାହ ଉପରେ ଉଭୟ ପରିବାର ସଦସ୍ୟଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।