ଟର୍ଚ୍ଚ ଲାଇଟରେ ଅପରେସନ! ବିନା ଡ଼ାକ୍ତରରେ ସଫେଇ କର୍ମଚାରୀ କଲେ ଅସ୍ତ୍ରୋପଚାର, ଜାଣନ୍ତୁ କେଉଁ ସ୍ଥାନର ଘଟଣା ?

42

ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଙ୍କଟଜନକ ପରିସ୍ଥିତି ଦେଇ ଗତିକରୁଛି । ବିରୋଧୀ କହୁଛନ୍ତି ମୋଦି ସରକାରଙ୍କ ଶାସନରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ ହୋଇଛି । କେତେବେଳେ ଅମ୍ଳଜାନ ଅଭାବରୁ ରୋଗୀ ମଲେଣି, ତ ଆଉ କେତେବେଳେ ମେଡ଼ିକାଲରେ ନିଅଁ ଲାଗିି ଆଉ କେଉଁଠି ଡାକ୍ତର ନଥିବା ଯୋଗୁଁ ରୋଗୀ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି । ଏପରି ଅବ୍ୟବସ୍ଥା ଭିତରେ ଚାଲିଛି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା । ନିକଟରେ ପୁଣି ଥରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ବିହାରର ଏକ ମେଡ଼ିକାଲରେ ଟର୍ଚ୍ଚ ଆଲୁଅରେ ହୋଇଛି ଅପରେସନ୍ ।

ଟର୍ଚ୍ଚ ଲାଇଟରେ ଅପରେସନ । ତେବେ ଏହି ଅପରେସନ ଡାକ୍ତର ନୁହେଁ କରିଛନ୍ତି ଝାଡ଼ୁଦାର । ବିହାରର ସହରସା ସଦର ହସ୍ପିଟାଲରେ ଟର୍ଚ ଆଲୋକରେ ଜଣେ ଝାଡୁଦାର ପୀଡିତାଙ୍କୁ ଅପରେସନ କରିଛି । ଖବର ଅନୁସାରେ, ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ମହିଳାଙ୍କୁ ସଦର ହସ୍ପିଟାଲ ଅଣାଯାଇଥିଲା । ଯେଉଁଠାରେ ଉକ୍ତ ମହିଳାଙ୍କ ଅପରେସନ ହେବାର ଥିଲା । କିନ୍ତୁ ଅପୋରେସନ ଥିଏଟରରେ ବିଜୁଳି ନଥିଲା କି ମେଡ଼ିକାଲରେ ଡାକ୍ତର ନଥିଲେ । ଅପରେସନ୍ ଥିଏଟର୍ ଥିଲା ଅନ୍ଧକାରମୟ । ଆଉ ତା’ପରେ ଡାକ୍ତରଙ୍କ ପରିବର୍ତ୍ତେ ଛାଡ଼ୁଦାର କଲେ ଅପରେସନ୍ । ତେବେ ଅପରେସନର ପୁରା ଭିଡିଓ ରେକର୍ଡ କରାଯାଇଛି । ତେବେ ଡାକ୍ତରଙ୍କୁ ବିଜୁଳି କେବେଠାରୁ ନାହିଁ ବୋଲି ପ୍ରଶ୍ନ କରାଗଲା, ସେତେବେଳେ ଡାକ୍ତର ଜଣ କହିଲେ ଗତକାଲିରୁ ଆଲୋକ ନାହିଁ । ଏହା ବ୍ୟତୀତ ଯେତେବେଳେ ହସ୍ପିଟାଲର ସିଭିଲ୍ ସର୍ଜନଙ୍କୁ ସଂପର୍କ କରିବାକୁ ଚେଷ୍ଟା କରାଗଲା, ସେତେବେଳେ ଜଣାପଡିଲା କି, ଉକ୍ତ ଡାକ୍ତର ଜଣକ ପାଟଣା ଗସ୍ତରେ ଯାଇଛନ୍ତି ।