ଆଗୁଆ ଦରମା ନୁହେଁ ଚିକିତ୍ସା ପାଇଁ ମାସ୍କ ଓ ଉପକରଣ ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିମସାର ଡାକ୍ତର, କହିଲେ ଆଗୁଆ ଦରମା କରୋନା ମୁକାବିଲାରେ ଲାଗୁ

1,181

କନକ ବ୍ୟୁରୋ : ଚାରିମାସର ଆଗୁଆ ଦରମା ଆବଶ୍ୟକ ନାହିଁ ବରଂ ଚିକିତ୍ସା ପାଇଁ ମାସ୍କ ଓ ସୁରକ୍ଷାକାରୀ ଉପକରଣ ଆବଶ୍ୟକ । ଏନେଇ ଭିମସାର ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ୪ ମାସର ଆଗୁଆ ଦରମା ଘୋଷଣାକୁ ପ୍ରଶଂସା କରାଯାଇଛି । ଏନେଇ ସେମାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଭିମସାର ଡାକ୍ତରମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରୟାସ ପ୍ରଶଂସନୀୟ ।

ଏହାସହ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାର ଆଗୁଆ ୪ ମାସର ଦରମା ଘୋଷଣା କରିବା ମଧ୍ୟ ଏକ ପ୍ରଶଂସନୀୟ କାମ । ହେଲେ ସେମାନେ ଏହି ଆଗୁଆ ଦରମା ଗ୍ରହଣ କରିବେ ନାହିଁ । କରୋନା ମୁକାବିଲାରେ ଏହି ଅର୍ଥ ବିନି ଯୋଗ ହେବା ଉଚିତ । ଏହାସହ ଚିକତ୍ସା ପାଇଁ ଡାକ୍ତରମାନଙ୍କୁ ମାସ୍କ ଓ ସୁରକ୍ଷାକାରୀ ଉପକରଣ ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।