ପ୍ଲେଟରେ ଖାଇବା ଛାଡିଲେ ଦେବାକୁ ପଡିବ ଜରିମାନା : ଏହି ରେସ୍ତୋରାଁକୁ ଯିବା ପୂର୍ବରୁ ପ୍ରଥମେ ଜାଣିନିଅନ୍ତୁ ଏସବୁ ନିୟମ

93

କିଛି ଲୋକଙ୍କ ଅଭ୍ୟାସ ଥାଏ କି, ସେମାନେ ଥାଳିରେ ଖାଦ୍ୟକୁ ଛାଡି ନଷ୍ଟ କରନ୍ତି । ଘରେ ହେଉ କିମ୍ବା ହୋଟେଲରେ ଅଧିକାଂଶ ସମୟରେ ଆମେ ଖାଦ୍ୟ ନଷ୍ଟ ହେଉଥିବାର ଦେଖୁଛୁ । କିନ୍ତୁ ତାମିଲନାଡୁରେ ଏମିତି ଏକ ହୋଟେଲ ଅଛି ଯେଉଁଠି ଖାଦ୍ୟକୁ ନଷ୍ଟ କରିବା ଉପରେ ଗ୍ରାହକଙ୍କୁ ଜରିମାନା ଭରିବାକୁ ପଡେ । ସ୍ୱାଦିଷ୍ଟ ଖାଦ୍ୟ ପାଇଁ ପ୍ରସିଦ୍ଧ ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲା ସ୍ଥିତ କେଦାରୀ ଫୁଡ କୋର୍ଟରେ ଖାଦ୍ୟ ନଷ୍ଟ କରିବା ଉପରେ ଜରିମାନା ଦେବାକୁ ପଡେ । ରେସ୍ତୋରାଁର ପ୍ରମୋଟର ଲିଙ୍ଗାଲା କେଦାରୀ ଏହି ନିୟମ ଲାଗୁ କରିଥିଲେ । ମଜା କଥା ଏହା ଯେ, ହୋଟେଲ ଭିତରେ ଏକ ଡିସପ୍ଲେ ବୋର୍ଡ ଲଗାଯାଇଛି, ଯେଉଁଠିଏହି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି କି, ପ୍ଲେଟରେ ଖାଇବା ଛାଡିଲେ ଜରିମାନା ସ୍ୱରୂପ ପ୍ରତି ପ୍ଲେଟ ପିଛା ୫୦ ଟଙ୍କା ଦେବାକୁ ପଡିବ ।

ଏହି ନିୟମ ରେସ୍ତୋରାଁ ତରଫରୁ ଦୁଇ ବର୍ଷ ହେଲାଣି ଲାଗୁ କରାଯାଇଛି । ଏ ପର୍ଯ୍ୟନ୍ତ ଜରିମାନା ରାଶି ୧୪,୦୦୦ ଟଙ୍କା ଜମା ହୋଇସାରିଲାଣି । ଗ୍ରାହକଙ୍କଠାରୁ ଜରିମାନା ଆକାରରେ ବସୁଲ କରାଯାଇଥିବା ଅର୍ଥ ଅନାଥ ଆଶ୍ରମକୁ ଦିଆଯିବ ବୋଲି କହିଛନ୍ତି କେଦାରୀ ।