ଆଜି ତୃତୀୟ ପର୍ଯ୍ୟାୟ ମତଦାନ : ୩୦ ଜିଲ୍ଲାର ୬୫ ବ୍ଲକର ୧୭୫ ଜୋନରେ ହେଉଛି ଭୋଟ

29

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ଜିଲ୍ଲାର ୬୫ ବ୍ଲକରେ ଆରମ୍ଭ ହୋଇଛି ମତଦାନ । ପ୍ରଥମ ଥର ପାଇଁ ସମସ୍ତ ୩୦ଟି ଜିଲ୍ଲାରେ ହେଉଛି ଭୋଟ୍ । ଦେବଗଡ ଜିଲ୍ଲାରେ ଆଜି ପ୍ରଥମ ଭୋଟ୍ । ଚଳିତ ପର୍ଯ୍ୟାୟରେ ମୋଟ ୧୭୫ଟି ଜିଲ୍ଲା ପରିଷଦ, ୧୩୯୪ ସରପଂଚ ଓ ସମିତି ସଭ୍ୟଙ୍କ ପାଇଁ ଭୋଟିଂ ହେଉଛି ।

ଏହି ୧୩୯୪ ଗ୍ରାମ ପଂଚାୟତର ୧୮ ହଜାର ୮୫୯ ୱାର୍ଡରେ ମତ ଗ୍ରହଣ କରାଯାଉଛି । ମୋଟ ୫୩ ଲକ୍ଷ ୨୩ ହଜାର ୯୯୩ ଭୋଟର ମତଦାନରେ ସାମିଲ ହେବେ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । ପରେ ଅପରାହ୍ଣ ଗୋଟାଏରୁ ଭୋଟ୍ ଗଣତି ଏବଂ ଫେବ୍ରୁଆରୀ ୨୩ରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-