ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା: ରିଷିଙ୍କ ମୋବାଇଲ ଜବତ କଲା କମିସନରେଟ ପୁଲିସ

30

କନକ ବ୍ୟୁରୋ : ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା ଦିନକୁ ଦିନ ବିବାଦୀୟ ହେଉଛି । ରିଷି ମହାନ୍ତିଙ୍କ ମୋବାଇଲ ଜବତ କରିଛି କମିସନରେଟ ପୁଲିସ । ଯାଂଚ ପାଇଁ ମୋବାଇଲଟିକୁ କୋଲତାକ ପଠାଯିବ । ସେଂଟ୍ରାଲ ଫରେନସିକ୍ ସାଇନସ୍ ଲାବୋରାଟେରୀରେ ରିଷିଙ୍କ ମୋବାଇଲ ଯାଂଚ କରାଯିବ । ରିଷି ମୃତ୍ୟୁ ମାମଲାରେ ଅଧିକ ତଥ୍ୟ ଏହି ମୋବାଇଲ ଜରିଆରେ ମିଳିବ ବୋଲି ଆଶା କରାଯାଉଛି । ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ କିଏ କିଏ କଲ କରିଥିଲେ ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ତାଙ୍କ ମୋବାଇଲରେ ଥିଲା କି ନାହିଁ ତାର ମଧ୍ୟ ଖୋଳତାଡ କରାଯିବ ।