ରାହୁଲଙ୍କ ବାୟୋପିକରେ କିଏ ହେବ ହିରୋଇନ ? ଜାଣନ୍ତୁ କଣ ଉତ୍ତର ଦେଲେ କଂଗ୍ରେସ ଅଧ୍ୟକ୍ଷ

327

‘ମୁଁ କାମକୁ ବିବାହ କରିଛି’ ଏପରି ଜଟିଳ ଉତ୍ତର ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଉପରେ ନିର୍ମାଣ କରାଯାଉଥିବା ବାୟୋପିକରେ ତାଙ୍କ ନାୟିକା ଭାବେ ସେ କାହାକୁ ଦେଖିବାକୁ ଚାହାଁନ୍ତି ବୋଲି ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ରାହୁଲ ଶୁକ୍ରବାର ଏପରି ମତ ରଖିଛନ୍ତି। ମହାରାଷ୍ଟ୍ରର ପୁଣେଠାରେ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ରାହୁଲଙ୍କୁ ସେମାନଙ୍କ ମଧ୍ୟରୁ ଜଣେ ଏହି ପ୍ରଶ୍ନ ପଚାରି ଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ମଧ୍ୟ ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶାସନ କ୍ଷମତାରୁ ହଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ। ସେ ଛାତ୍ରଛାତ୍ରୀମାନଙ୍କ ସହ ନିଜର ରାଜନୈତିକ ଯାତ୍ରା ସଂପର୍କରେ ବି କଥା ହୋଇଥିଲେ। ପୁରୁଣା ଅନୁଭୂତି ସାହସ ଦେଇଛି ବୋଲି ରାହୁଲ କହିଛନ୍ତି।

ପୂର୍ବରୁ ବି ୪୮ ବର୍ଷିଅ ଏହି କଂଗ୍ରେସ ଅଧ୍ୟକ୍ଷ କହି ସାରିଛନ୍ତି କି ତାଙ୍କୁ ବିବାହ କରିବାକୁ ସମୟ ମିଳିନାହିଁ। ସେ ତାଙ୍କ କାମକୁ ବିବାହ କରି ସାରିଛନ୍ତି। ସେ କଂଗ୍ରେସ ଦଳକୁ ବିବାହ କରି ସାରିଛନ୍ତି ବୋଲି କହିଥିଲେ। ଗତ ବର୍ଷ ହାଇଦ୍ରାବାଦ୍ରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ ଏପରି କହିଥିଲେ।