ପିଏନବି ମହାଘୋଟାଲାରେ ଆଉ ୩ ବ୍ୟାଙ୍କ ଅଫିସର ଗିରଫ, ୪୬ ଫାଇଲ ଜବତ ! ମଡେଲଙ୍କ ସହ ଥିଲା ବ୍ୟବସାୟିକ ସମ୍ପର୍କ

32

କନକ ବ୍ୟୁରୋ : ପଂଜାବ ନ୍ୟାସନାଲ ବ୍ୟାଙ୍କର ମହାଦୁର୍ନୀତି ମାମଲାରେ ବ୍ୟାଙ୍କର ୩ ଜଣ ବଡ଼ ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ । ଏହାସହ ବ୍ରେଡି ହାଉସ ବ୍ରାଂଚରୁ ୪୬ଟି ଫାଇଲ ସହ ୧୦ଟି କମ୍ପ୍ୟୁଟର ସିଜ ହୋଇଛି । ସିବିଆଇ ଏହି ଅଧିକାରୀଙ୍କୁ ଗିରଫ କରିବା ସହ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଯାଂଚ କରିଛି । ଫୋରେକ୍ସ ବିଭାଗର ଚିଫ ମ୍ୟାନେଜର ବେଚୁ ତିୱାରୀ, ଯଶୱନ୍ତ ଯୋଶୀ ଏବଂ ପ୍ରଫୁଲ୍ଲ ସାବଂତଙ୍କୁ ଗିରଫ କରିଛି ସିବିଆଇ । ଏହି ଘୋଟାଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପୂର୍ବତନ ଡେପୁଟି ମ୍ୟାନେଜର ଗୋକୁଲ ସେଟ୍ଟିଙ୍କର ଖାସ୍ ଲୋକ ହେଉଛନ୍ତି ବେଚୁ ତିୱାରୀ । ଏହି ଗିରଫ ବ୍ୟକ୍ତି ମାନଙ୍କଠାରୁ ଏହି ମହା ଘୋଟାଲା ବିଷୟରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

nirab modi

ସେପେଟେ ପିଏନବି ଠକେଇ ମାମଲାରେ ସିବିଆଇ ତନାଘନା କରୁଥିବାବେଳେ ଏହି ମାମଲାକୁ ନେଇ ଚିଠି ଲେଖିଛନ୍ତି ନିରଭ ମୋଦି । ମାମଲାକୁ ସାର୍ବଜନୀନ କରି ପିଏନବି ଋଣ ଟଙ୍କା ଫେରି ପାଇବାର ସବୁ ବାଟ ବନ୍ଦ କରିଦେଇଛି ବୋଲି ଚିଠି ଜରିଆରେ ନିରଭ ମୋଦି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ଗଣମାଧ୍ୟମ ଏହି ଠକେଇକୁ ଯେତେ ବଡ଼ ବୋଲି ଦର୍ଶାଉଛି ବାସ୍ତବରେ ତାହା ସେତେ ବଡ଼ ନୁହେଁ । ବ୍ୟାଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ଗ୍ରହଣ କରାଗଲା ତାହା ଆମ କମ୍ପାନୀ ଏବଂ ବ୍ରାଣ୍ଡର ଭାବମୁର୍ତ୍ତି ନଷ୍ଟ କରିଦେଇଛି । ଋଣ ଟଙ୍କା ଫେରାଇବା ପାଇଁ ପାଣ୍ଠି ଯୋଗାଡ଼ କରିବାର ଆମର ସବୁ କ୍ଷମତାକୁ ଏହା କମାଇଦେଇଛି ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପିଏନବି ମହାଦୁର୍ନୀତିର ଖଳନାୟକ ନିରବ ମୋଦିଙ୍କର ଅଛି ମଡେଲ କନେକ୍ସନ । ପ୍ରତିଷ୍ଠିତ ହୀରା ଗହଣା ବ୍ରାଣ୍ଡ ନିରବ ଡାଇମଣ୍ଡ ଜୁଏଲାରୀର ପ୍ରମୋସନ କରୁଥିଲେ ବଲିଉଡ ଓ ହଲିଉଡର ଅନେକ ହିରୋଇନ୍ । ମଡେଲମାନଙ୍କ ସହ ଏହି ଫ୍ରଡ ମାଷ୍ଟରର ଥିବା ବ୍ୟବସାୟୀକ ସଂପର୍କ । ମଡେଲଙ୍କ ବିଜ୍ଞାପନରେ ପ୍ରଭାବିତ କରି ଦେଶ ବିଦେଶରେ କାରବାର ବିସ୍ତାର କରିଥିଲା ନିରବ ମୋଦି ।