ଓବାମା ଓ ଟ୍ରମ୍ପଙ୍କୁ ପଛରେ ପକାଇଲେ ନରେନ୍ଦ୍ର ମୋଦି : ଟାଇମ ମ୍ୟାଗାଜିନର ‘ପର୍ସନ ଅଫ୍ ଦ ଇୟର’ ତାଲିକାରେ ଆଗୁଆ ପ୍ରଧାନମନ୍ତ୍ରୀ

26

କନକ ବ୍ୟୁରୋ : ବାରାକ୍ ଓବାମା ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ନରେନ୍ଦ୍ର ମୋଦି । ଟାଇମ ମ୍ୟାଗାଜିନର ‘ପର୍ସନ ଅଫ୍ ଦ ଇୟର’ ତାଲିକାରେ ଆଗୁଆ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ଯାଏଁ ହୋଇଥିବା ଅନଲାଇନ ଭୋଟିଂରୁ ସେ ଲଗାତର ଭାବେ ଆଗୁଆ ରହିଛନ୍ତି । ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ନବ ନିିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କê ପଛରେ ପକାଇଛନ୍ତି ।

ଭୋଟିଂ ପାଇଁ ଆଉ କେବଳ ଦୁଇ ଦିନ ବାକି ଥିବାବେଳେ ଶୁକ୍ରବାର ସୁଦ୍ଧା ମୋଦି ୧୮ ପ୍ରତିଶତ ଭୋଟ ସହ ଆଗୁଆ ରହିଛନ୍ତି । ଏହି ରେସରେ ମୋଦିଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମା ଓ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ବାରାକ୍ ଓବାମା ଓ ଡୋନାଲ୍ଡ ଟ୍ରମ୍ପଙ୍କୁ କେବଳ ୭ପ୍ରତିଶତ ଲେଖାଏଁ ଭୋଟ୍ ମିଳିଛି । ୧୧ ପ୍ରତିଶତ ଭୋଟ୍ ପାଇ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ଚତୁର୍ଥ ବର୍ଷରେ ମୋଦି ଏହି ତାଲିକାରେ ସ୍ଥାନ ପାଇଛନ୍ତି ।