ରାସନ କାର୍ଡ ସହ ଆଧାର ସଂଯୋଗରୁ ବାଦ ପଡିଲେ ୧୮ ଲକ୍ଷ ହିତାଧିକାରୀ । ରାଜ୍ୟର ୩ କୋଟି ୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ହୋଇଛି ଆଧାର ଲିଙ୍କ

990

କନକ ବ୍ୟୁରୋ : ରାସନ କାର୍ଡ ସହ ଆଧାର ସଂଯୋଗରୁ ବାଦ ପଡିଲେ ୧୮ ଲକ୍ଷ ହିତାଧିକାରୀ । ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ୩ କୋଟି ୨୫ଲକ୍ଷ ୯୮ ହଜାର ରହିଛି । ତେବେ ୩ କୋଟି ୭ ଲକ୍ଷ ୩୦ ହଜାର ୧୯୭ ଜଣ ହିତାଧିକାରୀ ରାସନ କାର୍ଡ ସହ ଆଧାର ସଂଯୋଗ କରିଛନ୍ତି ।

ଆଧାର ଓ ରାସନ କାର୍ଡ ସଂଯୋଗ ପରେ ୧୮ ଲକ୍ଷ, ୬୭ ହଜାର ୮୦୩ ହିତାଧିକାରୀ ବାଦ ପଡିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସେହିପରି ରାସନ କାର୍ଡ ଧାରୀ ମୋଟ ପରିବାର ୯୦ ଲକ୍ଷ ୧୩ ହଜାର ୩୬୯ ପରିବାର ମଧ୍ୟରୁ ୮୮ ଲକ୍ଷ ୨୮ ହଜାର ୪୧୯ ପରିବାର ଆଧାର ସଂଯୋଗ କରିଛନ୍ତି । ମୋଟ ୧ ଲକ୍ଷ ୮୪ ହଜାର ୯୫୦ ରାସନକାର୍ଡ ଧାରୀ ପରିବାର ଆଧାର ସଂଯୋଗ କରିପାରି ନାହାନ୍ତି ।

ତେବେ କେହି ଜଣେ ଯୋଗ୍ୟ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିସହ ଯେଉଁମାନେ କୌଣସି କାରଣ ବଶତଃ ରାସନ କାର୍ଡ ସହ ଆଧାର ସଂଯୋଗ କରିପାରି ନାହାନ୍ତି ତୁରନ୍ତ ଆଧାର ଲିଙ୍କ କରାଇନେବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ରାଜ୍ୟର ସମସ୍ତ ରେସନ କାର୍ଡ ପରିଚାଳନା କେନ୍ଦ୍ର ଖୋଲାଥିବାରୁ ଆଧାର ସଂଯୋଗ କରାଇନେବାକୁ କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।