ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଜୁଳି ବିଭାଗର କାମ । ନିମାପଡାରେ ଟାଣ ଖରାରେ ୧୦୦ ଫୁଟ ଉପରେ ଶ୍ରମିକ କରୁଛନ୍ତି ମରାମତି କାମ

ପ୍ରଥମେ ଲୋକଙ୍କୁ ସେବା ଦେବା କଥା ଚିନ୍ତା କରୁଛନ୍ତି ବିଜୁଳି କର୍ମଚାରୀ

1,564

କନକ ବ୍ୟୁରୋ : ପ୍ରଥମେ ଲୋକଙ୍କୁ ସେବା ଦେବା କଥା ଚିନ୍ତା କରୁଛନ୍ତି ବିଜୁଳି କର୍ମଚାରୀ । ରାତିଦିନ ଏକ କରି କରୁଛନ୍ତି କାମ । ତେବେ ବାତ୍ୟା ଫୋନିରେ ଉପକୂଳ ଅଞ୍ଚଳରେ ଅନେକ କ୍ଷତି ହୋଇଛି । ପ୍ରବଳ ବେଗରେ ପବନ ବୋହିବାରୁ ଶହଶହ ବିଦ୍ୟୁତ ଖୁଣ୍ଟ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ପାଖାପାଖି ୫ଦିନ ହେବ ପୁରୀ ଜିଲ୍ଲାରେ ଅବସ୍ଥା ଶୋଚନୀୟ ଭାବରେ ରହିଛି । ତେବେ ଲୋକଙ୍କୁ ଯୁଦ୍ଧକାଳୀନ ଭିତିରେ ବିଜୁଳି ଦେବା ପାଇଁ ଜୋରସୋର ଚାଲିଛି ଉଦ୍ୟମ । ତେବେ ଏହି ସମୟରେ ଏପରି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ନିମାପଡାରେ ।

ଲୋକଙ୍କୁ ବିଜୁଳି ଦେବା ଲାଗି ଟାଣ ଖରାରେ ଶ୍ରମିକ କରିଛନ୍ତି କାମ । ପାଖାପାଖି ୪୦ ଡିଗ୍ରୀ ଖରାରେ ୧୦୦ ଫୁଟ ଉପରେ ଚାଲିଛି ୧୩୨ କେଭି ବିଦ୍ୟୁତ ଖୁଣ୍ଟର ମତାମତି । ଅନ୍ୟକୁ ସେବା ଯୋଗାଇ ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ବିଜୁଳି କର୍ମଚାରୀ ।

ଯଥାଶୀଘ୍ର ଯେପରି ଲୋକଙ୍କ ପାଖକୁ ବିଜୁଳି ସେବା ଯୋଗାଇ ଦିଆଯାଇପାରିବ ତାହାକୁ ଧ୍ୟାନରେ ରଖି କାମ କରୁଛନ୍ତି ବିଭାଗୀୟ କର୍ମଚାରୀ । ବର୍ତମାନ ସୁଦ୍ଧା ବିଜୁଳି ସ୍ୱାଭାବିକ ହୋଇନଥିଲେ ମଧ୍ୟ ଅତିଶୀଘ୍ର ବିଜୁଳି ଯୋଗାଣ ଆରମ୍ଭ କରିବାର ମନରେ ଲକ୍ଷ୍ୟ ନେଇ ଏପରି କାମ ହେଉଥିବା ଦେଖାଯାଉଛି ।