ଜମ୍ମୁୁକଶ୍ମୀର : କୂପୱାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ୨ଆତଙ୍କବାଦୀ ମୃତ ଓ ୨ଯବାନ ସହିଦ୍

29

କନକ ବ୍ୟୁରୋ : ଜମ୍ମୁୁକଶ୍ମୀର କୂପୱାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ । କୂପୱାରା ନୌଗାମ ସେକ୍ଟରରରେ ସେନା ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ସେନା ଯବାନ ମଧ୍ୟ ସହିଦ୍ ହୋଇଛନ୍ତି ।

ସ୍ଥାନୀୟ ଅଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି । କୂପୱାରାର ନୌଗାମ୍ ସେକ୍ଟରରେ ୧୦ ଜଣିଆ ଆତଙ୍କବାଦୀଙ୍କ ଏକ ଦଳ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହି ଆତଙ୍କବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଅନୁପ୍ରବେଶ ଉଦ୍ୟମ କରିଥିଲେ ।

ଆତଙ୍କବାଦୀମାନେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ପାକିସ୍ତାନୀ ସେନା ସେମାନଙ୍କୁ କଭର ଫାୟାର ଦେଉଥିବା ସୂଚନା ମିଳିଛି । ତେବେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।