ନିର୍ବାଚନ ଲଢ଼ିବେ କିନ୍ନର ପ୍ରାର୍ଥୀ । ଯାଜପୁର କୋରେଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିବେ କାଜଲ

ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଏବେ ନିର୍ବାଚନ ମାହୋଲ ଦେଖିବାକୁ ମିଳିଛି

444

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଏବେ ନିର୍ବାଚନ ମାହୋଲ ଦେଖିବାକୁ ମିଳିଛି । ତେବେ କେଉଁ ଆସନରେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଯାଜପୁରରୁ ନିର୍ବାଚନ ଲଢ଼ିବେ କିନ୍ନର ପ୍ରାର୍ଥୀ । ଯାଜପୁର କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ କାଜଲ କିନ୍ନର । ବହୁଜନ ସମାଜ ପାର୍ଟି ଟିକେଟରୁ କାଜଲ ନିର୍ବାଚନ ଲଢ଼ିବେ । ନାରୀ ଓ ପୁରୁଷ ସହ କିନ୍ନର ମଧ୍ୟ ପାଦ ମିଳାଇ ଚାଲିପାରିବେ ବୋଲି ସେ ନିର୍ବାଚନ ଲଢ଼ୁଥିବା କାଜଲ କହିଛନ୍ତି ।

ଓଡ଼ିଶାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ସେପଟେ କାଜଲଙ୍କୁ ବିଏସପି ଟିକେଟ ମିଳିବା ପରେ କିନ୍ନର ମହଲ ଏହାକୁ ସ୍ୱାଗତ କରିଛି । କାଜଲ ଦୀର୍ଘ ବର୍ଷ ହେଲା ଯାଜପୁରରେ ରହି ସମାଜସେବା କରିଆସୁଛନ୍ତି । ଅନ୍ୟପଟେ କାଜଲ ନିର୍ବାଚନ ଲଢ଼ିଲେ ସ୍ଥାନୀୟ ମହିଳା ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।