ଦେଶରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୭୫ ଜଣଙ୍କ ମୃତ୍ୟୁ, ୨୨ ହଜାର ତବିଲିଗି ଜମାତ ସଦସ୍ୟଙ୍କୁ କ୍ୱାରେନଟାଇନ

341

କନକ ବ୍ୟୁରୋ : ତିନି ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶେଷ ଖବର ସୁଦ୍ଧା ୩ ହଜାର ୭୨ ଜଣ କୋରନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏଯାଏଁ ୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ବର୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୮୪ ରହିଛି ।

ସାରା ଦେଶରେ ୨୨ ହଜାର ତବଲିଗି ଜମାତ ସଦସ୍ୟଙ୍କୁ କ୍ୱାରେନଟାଇନ୍ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ।ତେବେ କହିବାକୁ ଗଲେ ସାରା ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ବର୍ତମାନ ସମୟରେ ଚିନ୍ତା ବଢିଯାଇଛି ।