IAS ଇଣ୍ଟରଭ୍ୟୁରେ ଦୁଷ୍କର୍ମକୁ ନେଇ ପଚରାହେଲା ପ୍ରଶ୍ନ ! ଝାନ୍ସିର ଏହି ବ୍ୟକ୍ତି ଦେଲେ ଏଭଳି ଉତ୍ତର ।

56

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ପ୍ରି ଏବଂ ମେନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପରବର୍ତ୍ତୀ ପର୍ଯ୍ୟାସ ଇଣ୍ଟରଭ୍ୟୁ ହୋଇଥାଏ । ଯେଉଁ ଆଧାରରେ ପରୀକ୍ଷାର୍ଥୀ ମାନଙ୍କର ଚୟନ କରାଯାଇଥାଏ । କିନ୍ତୁ ଇଣ୍ଟରଭ୍ୟୁରେ ପ୍ରତିଟି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିଛି ଦିନ ହେବ ଆରିଫ ଖାନ ନାମକ ଜଣେ ବ୍ୟକ୍ତି ଏକ ପ୍ରଶ୍ନକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ଝାନ୍ସି ନିବାସୀ ଆରିଫ ଖାନ ୟୁପିଏସସି ପରୀକ୍ଷାରେ ୮୫୦ ତମ ସ୍ଥାନ ହାସିଲ କରିଛନ୍ତି । ଆଉ ଏବେ ନାଗପୁରରେ ସେ ଜିଏସଟି ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ୟୁପିଏସସି ପରୀକ୍ଷା ଉତ୍ତୀର୍ଣ୍ଣ ହେବାରେ ଏହା ଥିଲା ତାଙ୍କର ଚତୁର୍ଥ ପ୍ରୟାସ । ତେବେ ଆରିଫ ୟୁପିଏସସିର ଆଇଏଏସ ଇଣ୍ଟରଭ୍ୟୁରେ ପଚରାଯାଇଥିବା କିଛି ପ୍ରଶ୍ନ ସେୟାର କରିଛନ୍ତି । ଯେଉଁଥିରେ ଏକ ପ୍ରଶ୍ନ ଦୁଷ୍କର୍ମ ଉପରେ ଆଧାରିତ ଥିଲା ।

ତାଙ୍କୁ ପଚରାଯାଇଥିଲା ଯେ, ଦୁଷ୍କର୍ମ ରୋକିବା ପାଇଁ କଣ ଅଭିଯୁକ୍ତଙ୍କୁ ଫାସୀ ଦଣ୍ଡ ଦିଆଯିବା ଉଚିତ ଅଟେ ? ଏପରିକି ଏହି ପ୍ରଶ୍ନର ଉତ୍ତର ଭାରତର ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ତେବେ ଆରିଫ ଏହି ପ୍ରଶ୍ନର ଉତ୍ତର କିଛି ଏପରି ଦେଇଥିଲେ ।

ସେ କହିଥିଲେ ଯେ, ଫାସୀ ଦିଆଯିବା ଦୁଷ୍କର୍ମର ସମାଧାନ ନୁହେଁ । କାହିଁକି ନା ଯଦି ଏପରି ହୁଏ, ତେବେ ପ୍ରମାଣ ନଷ୍ଟ କରିବ ପାଇଁ ଏଭଳି ମାମଲାରେ ଅଭିଯୁକ୍ତ ଭିକ୍ଟିମଙ୍କୁ ମାରିଦେଇପାରେ । ସେ କହିଥିଲେ ଯେ, ଆମର ପ୍ରୟାସ ଏଭଳି ହେବା ଦରକାର ଯେ, ସମାଜ ପରିବର୍ତ୍ତନ ହେବ । କାରଣ ଦୁଷ୍କର୍ମର ଅଭିଯୁକ୍ତମାନେ ମଧ୍ୟ ଏହି ସମାଜରୁ ଆସିଥାନ୍ତି ।