ପାର୍ବଣ ଋତୁରେ ଡେବିଟ କାର୍ଡ଼ରେ ବୁକ୍ ହୋଇପାରିବନି ଟିକେଟ୍ ! ବ୍ୟାଙ୍କ୍-ଆଇଆରସିଟିସି ମଧ୍ୟରେ ବିବାଦ ଯୋଗୁଁ ଅସୁବିଧାରେ ଯାତ୍ରୀ

64

ଆସୁଛି ପାର୍ବଣ ଋତୁ । ଆଗକୁ ଆସୁଥିବା ପର୍ବପର୍ବାଣୀ ଯୋଗୁଁ ଯିଏ ଯେଉଁଠି ରହୁ ନା କାହିଁକି ଏଥିପାଇଁ ଘରକୁ ନିଶ୍ଚିିତି ଯିବେ । ଆପଣ ମଧ୍ୟ ଦଶହରା-ଦୀପାବଳୀ ପରି ବଡ଼ ପର୍ବପର୍ବାଣୀରେ ଘରକୁ ଯିବା ପାଇଁ ଚିନ୍ତା କରୁଛନ୍ତି କି ? ଆଉ ଏପର୍ଯ୍ୟନ୍ତ ରେଳ ଟିକଟ ବୁକ କରିନାହାନ୍ତି , ତେବେ ଆଗାମୀ ଦିନରେ ଆପଣ ଅସୁବିଧା ଭୋଗି ପାରନ୍ତି । ଯେଉଁମାନେ ସାଧାରଣତଃ ଆଇଆରସିଟିସି ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଟିକେଟ ବୁକ୍ କରନ୍ତି, ସେହି ଯାତ୍ରୀମାନେ ହିଁ ଅଧିକ ଅସୁବିଧା ପାଇବେ । ଆପଣ ନିଜର ଡେବିଟ କାର୍ଡ଼ ମାଧ୍ୟରେ ଟିକେଟ୍ ବୁକ୍ କରିପାରିବେ ନାହିଁ । କେବଳ କ୍ରେଡ଼ିଟ କାର୍ଡ଼ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଆପଣଙ୍କୁ ଟିକେଟ୍ ବୁକ କରିବାର ସୁବିଧା ମିଳିବ ।

ସୂଚନା ମୁତାବକ ବ୍ୟାଙ୍କ ଓ ଆଇଆରସିଟିସ ମଧ୍ୟରେ ବିବାଦ ଯୋଗୁଁ ସାଦାରଣ ଲୋକଙ୍କୁ ଅସୁବିଧା ଭୋଗିବା ପାଇ ପଡ଼ୁଛି । ଟିକେଟ ବୁକିଂରେ ଟ୍ରାନଜାକ୍ସନ ଉପରେ ମିଳୁଥିବା ଫିସକୁ ଶେୟାର କରିବା ପାଇଁ ବ୍ୟାଙ୍କ୍ ରୋକଠୋକ୍ ମନାକରିଦେଇଛି । ଯାହାଦ୍ୱାରା ସାଧାରଣ ଲୋକେ ଅବସୁବିଧାର ଭୁକ୍ତଭୋଗୀ ହେଉଛନ୍ତି । ଏହି ବ୍ୟାଙ୍କ ମାନଙ୍କ ମଧ୍ୟରେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଏସବିଆଇ ମଧ୍ୟ ସାମିଲ ରହିଛି , ଯାହାର ଡେବିଟ କାର୍ଡ଼ ଦ୍ୱାରା ଟ୍ରାନଜାକ୍ସନ ଉପରେ ଆଇଆରସିଟିସି ରୋକ ଲଗାଇଛି ।

ତେବେ କିଛି ବ୍ୟାଙ୍କର କେଡ଼ିଟ କାର୍ଡ଼ ବ୍ୟବହାର କରି ଟିକେଟ ବୁକ କରିପାରିବେ ଯାତ୍ରୀ । ଆଇଆରସିଟିସି ନିଜର ୱେବସାଇଟରେ ଯେଉଁ ବ୍ୟାଙ୍କ୍ ମାନଙ୍କୁ ଡେବିଟ କାର୍ଡ଼ ମାଧ୍ୟରେ ଟିକଟ ବୁୁକ୍ କରିବା ପାଇଁ ସୁବିଧା ଦେଇଛି ସେଥିରେ ଇଣ୍ଡିିଆନ ଓଭରସିଜ୍ ବ୍ୟାଙ୍କ୍, ୟୁନାଇଟେଡ଼୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ୍, ସେଣ୍ଟ୍ରାଲ ବ୍ୟାଙ୍କ୍, ଏଚଡ଼ିଏଫସି ଓ ଆକ୍ସିସ୍ ବ୍ୟାଙ୍କ୍ ସାମିଲ ରହିଛି । ଏହି ବର୍ଷ ଆରମ୍ଭରେ ଆଇଆରସିଟିସି, ବ୍ୟାଙ୍କ ଗୁଡ଼ିକୁ ଅଧା ଫିସ ଶେୟାର କରିବା ପାଇଁ କହିଥିଲା କିନ୍ତୁ ଏଥିପାଇଁ ପ୍ରାୟତଃ ବ୍ୟାଙ୍କ ଗୁଡ଼ିକ ଅମଙ୍ଗ ହୋଇଥିଲେ । ତେବେ ଏନେଇ ଏସବିଆଇର ଜଣେ ଅଧିକାରୀ କହିଛନ୍ତି, ଆଇଆରସିଟିସି ଦ୍ୱାରା ଡେବିଟ କାର୍ଡ଼ରେ ଟ୍ରାନଜାକ୍ସନ ଉପରେ ରୋକ ଲାଗିବା ପରେ ଆମକୁ ପ୍ରତିଦିନ ୫୦ ହଜାରରୁ ଅଧିକ ଟ୍ରାନଜାକ୍ସନର କ୍ଷତି ସହିବା ପାଇଁ ପଡ଼ୁଛି । କାରଣ ଦେଶରେ ଅଧିକରୁ ଅଧିକ ଲୋକ ଏସବିଆଇ ଖାତାଧାରକ ଅଛନ୍ତି ।

                                             ସୌଜନ୍ୟ-ଅମରଉଜାଲା