ବାଘଙ୍କ ମଧ୍ୟରେ ଭୟରେ ଥରୁଥିଲେ ଦୁଇ ବ୍ୟକ୍ତି ! ଆଉ ତା’ପରେ ହେଲା କ’ଣ, ଭିଡ଼ିଓ ହେଲା ଭାଇରାଲ୍

68

ବାଘଙ୍କ ସହ କିଛି ମୁହୂର୍ତ୍ତ । ଭୟରେ ଥରିଉଠୁଥିଲେ ଦୁଇ ଜଣ ବ୍ୟକ୍ତି । ଜାଣିନଥିଲେ ଆଗକୁ କଣ ହେବ । ଏଭଳି ବିରଳ ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରିଉଠିବ । ଜଙ୍ଗଲ ରାସ୍ତା ମଝିରେ ଗୋଟିଏ ବାଘ ନୁହେଁ ଲୋକଙ୍କ ଆଗ ଓ ପଛରେ ଦୁଇଟି ବଡ ବଡ ହିଂସ୍ର ବାଘ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଦୃଶ୍ୟ । ଚମତ୍କାରିତା ବଳରେ ମୁକୁଳିଆସିଛନ୍ତି ଦୁଇଜଣ ବ୍ୟକ୍ତି ।

ଭୟରେ ସ୍ଥିର ଓ ନିର୍ବାକ ହୋଇଯାଇଥିଲେି ଦୁଇଜଣ ଲୋକ । ସେମାନେ ହଲି ବି ପାରୁନାହାନ୍ତି କାଳେ ଯେକୌଣସି ସମୟରେ ଆକ୍ରମଣ କରିପାରନ୍ତି ଏହି ହିଂସ୍ରଜନ୍ତୁ । ନିଜର ମୃତ୍ୟୁକୁ ଖୁବ ନିକଟରୁ ଦେଖୁଥିବା ଲୋକମାନେ କଣ କରିବେ ଭାବି ପାରୁନାହାନ୍ତି । ଯାହା ଜଣାପଡୁଛି ଦୁଇଟି ବାଘ ରକ୍ତର ପାଇଁ ଆଗ୍ରହୀ ନୁହନ୍ତି । ଜଣେ ଆଖପାଖରେ ଟିକେ ଟିକେ ବୁଲୁଛି ଓ ମଝିରେ ମଝିରେ ବିଶ୍ରାମ ନେଉଥିବା ବେଳେ ଅନ୍ୟ ବାଘଟି ବେଶୀ ଚଲାବୁଲା ନକରି ଶାନ୍ତିରେ ବସିରହିଛି ।

ସେହି ସମୟରେ ଗୋଟିଏ କାରରେ ରହି ସୁଟିଂ କରୁଥିବା କିଛି ଲୋକ ସେହି ଗାଡି ଚଢାଳୀଙ୍କୁ କହୁଛନ୍ତି, ‘ଏପଟ ସେପଟେ ହୁଅ ନାହିଁ, କିଛି କର’ । ଏଥିରୁ ଶହେ ବର୍ଷ ପୂର୍ବର ଅନୁଭୁତି ଦେଖିବାକୁ ମିଳୁଛି ଯେପରି ବାଘ ମଣିଷଙ୍କ ପାଇଁ ରାସ୍ତା ଛାଡିଦେଇ ନିଜ ମୃତ୍ୟୁକୁ ନିମନ୍ତ୍ରଣ କରୁଛି । କାରଟି ଏହି ସମୟରେ ଲୋକଙ୍କୁ ଉଠାଇବାକୁ ଯାଇ ଦ୍ରୁତ ଗତିରେ ପଳାଉଛି ।

ସମଗ୍ର ବିଶ୍ୱରେ ଭାରତ ହେଉଛି ବାଘଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳୀ । କିନ୍ତୁ ଜଙ୍ଗଲ ହ୍ରାସ ଯୋଗୁ ବିପଦରେ ରହିଛି ସେମାନଙ୍କ ଜୀବନ । ଜନସଂଖ୍ୟାବୃଦ୍ଧି ଯୋଗୁ ବାଘ ଓ ମଣିଷଙ୍କ ଭିତରେ ଲଢେଇ ଚାଲିଛି । ଅନେକ ସମୟରେ ବାଘମାନେ ମଣିଷକୁ ଆକ୍ରମଣ କରୁଥିବା ଭୁଲ ପ୍ରମାଣିତ ହୋଇଛି । ୨୦୧୪ ବ୍ୟାଘ୍ର ଗଣନା ଅନୁସାରେ ୨୨୨୬ ବାଘ ଓ ୪ବର୍ଷ ବୟସର ୫ଶହ ବାଘ ଭାରତର ଅଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଧିକାରୀଙ୍କ କହିବାନୁସାରେ ୨୦୧୯ ସୁଦ୍ଧା ବାଘ ସଂଖ୍ୟା ୩ହଜାରକୁ ବଢିଯିବ ।