ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଗାମୀ ଫିଲ୍ମ ‘ଚନ୍ଦା ମାମା ଦୂର କେ’ ରେ ଅଭିନୟ କରୁଛନ୍ତି । ଯେଉଁଥିରେ ସେ ଏକ ମହାକାଶଚାରୀ ଭୂମିକାରେ ନଜର ଆସୁଛନ୍ତି । ବଲିଉଡର ଭଲ ଅଭିନେତାଙ୍କ ତାଲିକାରେ ସାମିଲ୍ ହୋଇଥିବା ସୁଶାନ୍ତ ନିଜର ଏହି ଫିଲ୍ମ ପାଇଁ କୈାଣସିଥିରେ ଅଭାବବୋଧ ହେବାକୁ ଚାହୁଁନାହାଁନ୍ତି । ଏଣୁ ଏଥିପାଇଁ ନାସାରେ କିଛି ଜରୁରୀ ପ୍ରଶିକ୍ଷଣ ନେଉଛନ୍ତି ସୁଶାନ୍ତ ।

ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି ସୁଶାନ୍ତ । ଯେଉଁଥିରେ ସେ ଜଣେ ମହାକାଶଚାରୀ ଭାବେ ଦେଖାଯାଉଛନ୍ତି । ଏହି ଫଟୋରେ ଧଳା ପୋଷାକରେ ନଜର ଆସୁଛନ୍ତି ସୁଶାନ୍ତ ଏବଂ ଫଟୋ ଦେଖି ଏମିତି ଲାଗୁଛି କି ଯେମିତି ଆକାଶରେ ସେ ଉଡୁଛନ୍ତି । ନିକଟରେ ସୁଶାନ୍ତ ସିଂହ ରାଜପୁତ୍ ଏହି ପ୍ରଶିକ୍ଷଣ ନେବା ପାଇଁ ଏକ ପୁରସ୍କାର ଉତ୍ସବରେ ସାମିଲ ହେବା ପରେ ନ୍ୟୁୟର୍କରୁ ସିଧା ୱାଶିଂଟନ ଡିସି ସ୍ଥିତ ନାସା ଅଫିସ ଯାଇଥିଲେ ।

ସୁଶାନ୍ତ ନିଜର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ‘ମୋ ମା’ ସବୁବେଳେ ଚାହୁଁଥିଲେ ତାଙ୍କ ପୁଅ ସୁଶାନ୍ତ ମହାକାଶକୁ ଯାଉ ।’ ସୂଚନା ଅନୁସାରେ ସୁଶାନ୍ତଙ୍କ ଏହି ଫିଲ୍ମରେ ନୱାଜୁଦ୍ଦିନ୍ ସିଦ୍ଦିକ୍ ଓ ଆର୍.ମାଧବନ୍ ମଧ୍ୟ ଅଭିନୟ କରୁଛନ୍ତି । ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ଏହି ଫିଲ୍ମ ‘ଚନ୍ଦା ମାମା ଦୂର କେ’ ରିଲିଜ ହେବାର ସୂଚନା ରହିଛି ।