ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ସର୍ବଦଳୀୟ ବୈଠକ । ନିର୍ବାଚନ ନୂଆ ନିୟମ ବାବଦରେ ରାଜନୈତିକ ଦଳକୁ ଅବଗତ କଲେ ନିର୍ବାଚନ ଅଧିକାରୀ

176

କନକ ବ୍ୟୁରୋ: ଆସାନ୍ତା ମାସ ୧୧ତାରିଖରୁ ହେବ ସାଧାରଣ ନିର୍ବାଚନ । ମେ ମାସ ୧୯ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ । ତେବେ ଏହି ନିର୍ବାଚନକୁ ଅପରାଧୀ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ରାଜନୈତିକ ଦଳକୁ ନୂଆ ନିୟମ ବିଷୟରେ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଏଥିହିତ ନିର୍ବାଚନରେ କଣ କରିବେ ଏବଂ କଣ ନକରିବେ ଏନେଇ ମଧ୍ୟ ବୁଝାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

 

ଅଧିକାରୀ କହିଛନ୍ତି କି, ଚଳିତ ନିର୍ବାଚନ ପାଇଁ ଅନେକ ନୂଆ ନିୟମ ଆସିଛି । ବର୍ଷେ ପରିବର୍ତ୍ତେ ପ୍ରାର୍ଥୀଙ୍କୁ ୫ ବର୍ଷର ଆୟକର ରିଟର୍ଣ୍ଣ ଦେବାକୁ ପଡିବ । ସେହିପରି ପାନ୍ ନମ୍ବର ଦେବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ପାନ ନମ୍ବର ନଥିଲେ ପାନ ଆବେଦନ କରିଥିବାର ସତ୍ୟପାଠ ଦେବାକୁ ପଡିବ । ପ୍ରାର୍ଥୀ ନିଜ ଅପରାଧ ରେକର୍ଡ ସର୍ବସାଧାରଣଙ୍କୁ ଜଣାଇବାକୁ ହେବ । କାରଣ ଏଥର ସମସ୍ତ ପ୍ରାର୍ଥୀ ନିଜ ନାଁରେ ଥିବା ଅପରାଧିକ ମାମଲାର ତଥ୍ୟ ଦେବା ବାଧ୍ୟତାମୂଳକ ହୋଇଛି । ଟିଭି ଓ ଖବରକାଗଜରେ ୩ ଥର ଦେବାକୁ ହେବ ବିଜ୍ଞାପନ ଦେବାକୁ ପଡିବ ବୋଲି ସର୍ବଦଳୀୟ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।