ଅଳ୍ପ ସମୟ ମଧ୍ୟରେ ଚମକାନ୍ତୁ ଚେହେରା !

262

ସୁନ୍ଦର ଓ ଉଜ୍ଜ୍ୱଳ ଚେହେରା ସବୁ ଝିଅଙ୍କୁ ପସନ୍ଦ । କିନ୍ତୁ ଅନେକ ଏମିତି ଝିଅ ଅଛନ୍ତି ଯେଉଁମାନେ ସମୟ ଅଭାବରୁ ତ୍ୱଚାକୁ ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ । ଯାହା ଦ୍ୱାରା ସେମାନଙ୍କ ସ୍କିନ ଫିକା ପଡିଯାଏ । ଯଦି ଆପଣ ବି ଏପରି ସମସ୍ୟା ଭୋଗ କରୁଛନ୍ତି, ତେବେ କିଛି ଘରୋଇ ଉପାୟ ଆପଣାଇ ତ୍ୱଚାର ଯତ୍ନ ନେଇପାରିବେ ।

୧- ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାଇଲେ ଚେହେରାରେ ଚମକ ଆସିଥାଏ ।

୨-କଞ୍ଚା କ୍ଷୀର ତ୍ୱାଚା ପାଇଁ ବହୁତ ଭଲ । ଦୁଇ ଚାମଚ କଞ୍ଚା କ୍ଷୀର ନେଇ ମୁହଁରେ ଲଗାନ୍ତୁ । କ୍ଷୀର ଶୁଖିଗଲା ପରେ ଖାଇବା ଲୁଣ ନେଇ ମୁହଁରେ ଧୀରେ ଧୀରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ମୃତ ତ୍ୱଚା ବାହରି ଯାଏ ଓ ଚେହେରା ସୁନ୍ଦର ଦେଖାଯାଏ ।

୩-ବେସନ, ହଳଦୀ ,ଲେମ୍ବୁ, ଦହି ଓ ଗୋଲାପ ଜଳ ମିଶାଇ ଲେପ ତିଆରି କରି ଚେହେରାରେ ଲଗାନ୍ତୁ । ଏହି ଲେପକୁ ସପ୍ତାହରେ ଅତି କମରେ ଥରେ ଲଗାନ୍ତୁ ।

୪-ଲିମ୍ବ ତ୍ୱଚାକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ । ଲିମ୍ବକୁ ଚେହେରାରେ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ ।

୫-କଦଳୀ ଚେହେରାରୁ କୁଞ୍ଚନ ଦୂର କରିବାରେ ସାହାଯ୍ୟ କରିଥାଏ । ପାଚିଲା କଦଳୀକୁ ଚେହେରାରେ ଲଗାଇ ଅଧା ଘଂଟା ପରେ ମୁହଁ ଧୋଇ ଦିଅନ୍ତୁ । ନିୟମିତ ରୂପେ ଆପଣ କଦଳୀକୁ ଚେହେରା ପାଇଁ ବ୍ୟବହାର କଲେ ଜାଣିପାରିବେ କଦଳୀ କେତେ ଦରକାରୀ ।