ଖାଲି କଥାରେ କହୁଛନ୍ତି ଇମରାନ ! ଖର୍ଚ୍ଚ କାଟ କରିବେ ବୋଲି କହିଲେ, ହେଲେ ହେଲିକାପ୍ଟରରେ ଯାଉଛନ୍ତି ଅଫିସ ।

25

ଇମରାନ ଖାନ ପାକିସ୍ତାନର ପିଏମ ହେବା ପରେ ଘୋଷଣା କରିଥିଲେ କି, ସେ ପ୍ରଧାନମନ୍ତ୍ରୀ କ୍ଷମତାର ଦୁରୁପଯୋଗ କରିବେ ନାହିଁ । ଏବଂ ମନ୍ତ୍ରୀ ଏବଂ ସରକାରଙ୍କ ପଛରେ ହେଉଥିବା ଖର୍ଚ୍ଚକୁ କମ୍ କରିବେ । କିନ୍ତୁ ଇମରାନ ଖାନ ଲୋକମାନଙ୍କୁ ଦେଇତିବା ପ୍ରତିଶୃତିକୁ ଠିକ ଭାବେ ତୁଲାଇ ପାରିନାହାଁନ୍ତି ।

ସୂଚନା ମୁତାବକ, ଅଗଷ୍ଟ ୧୮ ତାରିଖରେ ପାକିସ୍ତାନ ତହରିକ-ଏ-ଇନ୍ସାଫର ପ୍ରମୁଖ ଇମରାନ ଖାନ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ପଦର ସପଥ ଗ୍ରହଣ କରିଥିଲେ । ସେବେଠାରୁ ନେଇ ଏପର୍ଯ୍ୟନ୍ତ ଇମରାନ ଖାନ ପ୍ରଧାନମନ୍ତ୍ରୀ ନିବାସ ଠାରୁ ତାଙ୍କ ଘରକୁ ହେଲିକାପ୍ଟର ଯୋଗେ ଯାତାୟତ କରୁଛନ୍ତି । ଇମରାନ ଖାନ ହେଲିକାପ୍ଟର ଯୋଗେ ଘରୁ ନିବାସ ଏବଂ ନିବାସରୁ ଘରକୁ ଯାତାୟତ କରୁଥିବା ଘଟଣା ଲୋକମାନଙ୍କ ମଧ୍ୟରେ ଏକ ଆଲୋଚନାର ବିଷୟ ପାଲଟିଥିବା ବେଳେ କ୍ୟାବିନେଟରେ ସୂଚନାମନ୍ତ୍ରୀ ଫବାଦ ଚୌଧୁରୀ କହିଛନ୍ତି, ହେଲିକାପ୍ଟର ଯୋଗେ ଜାତାୟତ କରିବାରେ ପାରିସ୍ତନ ଟଙ୍କା ହିସାବରେ କିଲୋମିଟର ପିଛା ମାତ୍ର ୫୫ଟଙ୍କା ଖର୍ଚ୍ଚ ହେଉଛି । ଯାହାକି ରାସ୍ତାରେ ଯାତାୟତ କରିବା ଖର୍ଚ୍ଚ ଠାରୁ ଖୁବ କମ । ଚୌଧୁରୀ ଏହା ମଧ୍ୟ କହିଛନ୍ତି ଇମରାନଙ୍କ ଅଧିକାର ଅଛି ସେ ହେଲିକାପ୍ଟ ବ୍ୟବହାର କରିପାରିବେ । ସେ ଜଣେ ପ୍ରଧାନମନ୍ତ୍ରୀ ତାଙ୍କୁ ମିଳୁଥିବା ସବୁ ପ୍ରକାର ସୁବିଧାର ସେ ଫାଇଦା ଉଠାଇ ପାରିବେ ।

ଉଲେଖଯୋଗ୍ୟ, ବର୍ତ୍ତମାନ ପାକିସ୍ତାନର ଆର୍ଥିକ ଅବସ୍ତା ଠିକ ନାହିଁ । ଚୀନ ଦ୍ୱାରା ଦିଆଯାଉଥିବା କରଜ ଏବଂ ଆମେରିକା ସାହାଯ୍ୟରେ ପାକିସ୍ତାନର ଅର୍ଥନୀତି ଚାଲିଛି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜନତାଙ୍କ ଅର୍ଥ ଏପରି ନଷ୍ଟ କରିବା ଏବେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି । ଏଥିସବୁ ମଧ୍ୟରେ ଲୋକମାନେ ମଧ୍ୟ ଏହି ଘଟଣା ଉପରେ ସୋସିଆଲ ମିଡିଆ ଏବଂ ଟ୍ୱିଟ ଜରିଆରେ ନିଜ ନିଜର ମତପ୍ରକାସ କରିଛନ୍ତି । ଟ୍ୱିଟ ଜରିଆରେ ଜଣେ ବ୍ୟକ୍ତି ଇମରାନ ଖାନଙ୍କୁ ସମାଲୋଚନା କରି କହିଛନ୍ତି, ଏବେ ଉବେର ବଦଳରେ ହେଲିକାପ୍ଟର ବ୍ୟବହାର କରିବା ଉଚିତ୍ ।

ଆପଣଙ୍କୁ କହିରଖୁଛୁ କି, ପ୍ରଧାନମନ୍ତ୍ରୀ ନିବାସରୁ ଗାଲା ପହଞ୍ଚିବା ପାଇଁ ତିନୋଟି ରାସ୍ତା ରହିଛି । ସବୁଠାରୁ ଶିଘ୍ର ପହଞ୍ଚିବା ରାସ୍ତା ପ୍ରଧାନମନ୍ତ୍ରୀ ନିବାସ ଠାରୁ ମାତ୍ର ୧୩.୮ କିଲୋମିଟର ଦୁରତାରେ ରହିଛି ଏବଂ ଏହାକୁ ଅତିକ୍ରମ କରିବା ପାଇଁ ମାତ୍ର ୨୬ ମିନିଟ ଲାଗିଥାଏ । ସେପଟେ ଅନ୍ୟ ଏକ ରାସ୍ତା ୧୬.୪ କିଲୋମିଟର ଏବଂ ଆଉ ଏକ ରାସ୍ତାଟି ନିବାସ ଠାରୁ ୧୭.୫ କିଲୋମିଟ ରହିଛି । ରାଜପତରେ ଗଲେ ଏହି ରାସ୍ତା ଅତିକ୍ରମ କରିବାକୁ ୩୦-୩୬ ମିନିଟ ଲାଗୁଥିବା ବେଳେ ହେଲିକାପ୍ଟର ଯୋଗେ ରାସ୍ତା ଅତିକ୍ରମ କରିବାକୁ ୮-୧୦ ମିନିଟ ଲାଗିଥାଏ । ପାକିସ୍ତାନ ସରକାରଙ୍କ ପାଖରେ ୭ଟି ହେଲିକାପ୍ଟର ରହିଛି । ଏଥି ମଧ୍ୟରୁ ୨ଟି ହେଲିକାପ୍ଟର ପିଏମ ବ୍ୟବହାର କରୁଛନ୍ତି । ଇମରାନଙ୍କ ହେଲିକାପ୍ଟର ବ୍ୟବହାର କରିବା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।