ଟ୍ୱିଟରରେ ସୁବିଚାର ପୋଷ୍ଟ କରି ଟ୍ରୋଲ୍ ର ଶିକାର ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ! ଲୋକ କହିଲେ , ଭୁଲ୍ ସୁଧାରନ୍ତୁ ପ୍ରଧାନମନ୍ତ୍ରୀ ।

272

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମଙ୍ଗଳବାର ନିଜ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ସୁବିଚାର ସେୟାର୍ କରିଥିଲେ । ଇମରାନ୍ ଗୋଟିଏ ଫଟୋ ସେୟାର୍ କରିଥିଲେ ଯେଉଁଥିରେ ଲେଖାଥିଲା –

“ମୁଁ ବିଛଣାକୁ ଯାଇ ସ୍ୱପ୍ନ ଦେଖିଲି ଯେ ଜୀବନ ଖୁବ୍ ଆନନ୍ଦମୟ । ମୁଁ ଜାଗ୍ରତ ହେବା ପରେ ଦେଖିଲି ଜୀବନ ସମ୍ପୁର୍ଣ୍ଣ ସେବା । ମୁଁ ସେବା କଲି ଏବଂ ସେବା ହିଁ ଆନନ୍ଦ ବୋଲି ଜାଣିବାକୁ ପାଇଲି ।”

ସେ ଏହି ସୁବିଚାର ଥିବା କ୍ୟାପ୍ସନ୍ କୁ ଟ୍ୱିଟରରେ ସେୟାର୍ କରିଥିଲେ । ଏହି ସୁବିଚାର ସେୟାର୍ କରିବା ପରେ ସୋସିଆଲ୍ ମିଡିଆରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଗଲା । ଇମରାନ୍ ଯେଉଁ ଟ୍ୱିଟ୍ କରିଥିଲେ ତାହା ପ୍ରକୃତରେ ପ୍ରସିଦ୍ଧ ଲେଖକ ତଥା କବି ରବିନ୍ଦ୍ରନାଥ ଟାଗୋରଙ୍କ ଲେଖ । ଇମରାନ୍ ଙ୍କ ଟ୍ୱିଟ୍ ମୂଳ ଭାଷାଠାରୁ ଅଳ୍ପ ଭିନ୍ନ । କିନ୍ତୁ ଇମରାନ୍ ଏହାକୁ ଖଲିଲ୍ ଜିବ୍ରାନ୍ ଙ୍କ ଲେଖ ବୋଲି ଟ୍ୱିଟରରେ ଦର୍ଶାଇଛନ୍ତି । ଇମରାନ୍ ଙ୍କ ଏହି ଟ୍ୱିଟ୍ ପରେ କମେଣ୍ଟ୍ ରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଇଛି । ଏବେ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଛି ।